ନୂଆଦିଲ୍ଲୀ: ଆପଣଙ୍କର ଆକାଉଣ୍ଟ ଯଦି ସାର୍ବଜନିକ କ୍ଷେତ୍ରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ରହିଛି ତେବେ ସେନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିଜର ଗ୍ରାହକଙ୍କ ପାଇଁ ପିଏନବି ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଯଦି ଆପଣମାନେ ନିଜ ଖାତାରେ ୩ ବର୍ଷ ମଧ୍ୟରେ କୌଣସି ନେଣଦେଣ କରିନଥିବେ ଓ ଆକାଉଣ୍ଟରେ କୌଣସି ରାଶି ନଥିବ ତେବେ ଆପଣଙ୍କର ଆକାଉଣ୍ଟକୁ ୧ ମାସ ପରେ ବନ୍ଦ କରିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଗତ ୩ ବର୍ଷ ଧରି ଯେଉଁ ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକସନ କରିନଥିବେ ଓ ଯେଉଁମାନଙ୍କର ଆକାଉଣ୍ଟରେ କୌଣସି ଅର୍ଥ ନଥିବ ସେମାନଙ୍କର ଆକାଉଣ୍ଟରେ ୧ ମାସ ପରେ ବନ୍ଦ କରି ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ୩ ବର୍ଷର ଗଣନା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ପିଏନବି ପକ୍ଷରୁ କୁହାଯାଇଛି । ତେବେ ୨୫ ବର୍ଷରୁ କମ୍ ବୟସ୍କ ଧାରୀ ଛାତ୍ରଙ୍କ ଖାତା, ନାବାଳକଙ୍କ ଖାତା, ଏସଏସୱାଇ/ ପିଏମଜେଜବିୱାଇ / ପିଏମଏସବିୱାଇ/ ଏପିୱାଇ, ଡିବିଟି ଉଦ୍ଦେଶ୍ୟରେ ଖୋଲାଯାଇଥିବା ଖଶତା, ଆୟକର ବିଭାଗ ବା ଅନ୍ୟ କୌଣସି ବୈଧାନିକ ପ୍ରାଧିକରଣଙ୍କ ଆଦେଶ ଦ୍ୱାରା ଫ୍ରିଜ କରାଯାଇଥିବା ଖାତା ବନ୍ଦ କରାଯିବ ନାହିଁ ବୋଲି କୁହାଯାଇଛି ।