fbpx

ଜୁନ ୨୫ରୁ ଆରମ୍ଭ ହେବାକୁ ଥିବା ACF, ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା ସ୍ଥଗିତ: OPSC ଜାରି କଲା ସୂଚନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ (ଏସିଏଫ), (ଗ୍ରୁପ-ଏ) (ଜେବି) ଓ ଫରେଷ୍ଟ ରେଞ୍ଜର ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ପଦର ଲିଖିତ ପରୀକ୍ଷା ଜୁନ ୨୫ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ଏବେ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସଂଶୋଧିତ ପରୀକ୍ଷା ଶିଡ୍ୟୁଲ ବାବଦରେ ପରେ ସୂଚନା ଜାରି କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟ।। ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ପ୍ରାର୍ଥୀମାନେ ମାର୍ଚ୍ଚ ୨୧ ତାରିଖ ଠାରୁ ଆଡମିସନ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ ବୋଲି ମଧ୍ୟ କୁହାଯାଇଥିଲା ।

Get real time updates directly on you device, subscribe now.