fbpx

ଟିକା ନେଲେ ACS ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଆଜି କରୋନା ଟିକା ନେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ACS ପ୍ରଦୀପ୍ତ ମହାପାତ୍ର ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଜାରି ରହିଛି । ଗତକାଲି ୩୭୬ଟି ସ୍ଥାନରେ ୬୨.୭% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଥିଲା । ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୯୩.୬% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହୋଇଥିଲା । ସେଠାରେ ୨୩ ହଜାର ୫୭୭ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଗଲା କୋଭିଡ ଟିକା । ଭୁବନେଶ୍ବରର ୬ଟି ସ୍ଥାନରେ ୬୫୦ ଜଣଙ୍କୁ ଦିଆଗଲା ଟିକା । ଟିକା ନେବା ପରେ କେହି ଅସୁସ୍ଥ ହୋଇଥିବାର ସୂଚନା ନାହିଁ । ଆଜି ୧୪୫ଟି ଜାଗାରେ ୧୪,୯୪୨ ଜଣଙ୍କୁ ଟିକାକରଣ କରିବାର ଯୋଜନା ରହିଛି ।

Get real time updates directly on you device, subscribe now.