fbpx

ମିଥୁନ୍ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତାଙ୍କ ମିଥୁନ୍ ଚକ୍ରବର୍ତ୍ତୀ ଅସୁସ୍ଥତା ନେଇ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ତେବେ ଏହାକୁ ନେଇ ଫ୍ୟାନ୍ସଙ୍କ ମନରେ ନିରାଶା ଭାବନା ସୃଷ୍ଟି ହେବା ସହ ସେମାନେ ଏନେଇ ଅଧିତ ତଥ୍ୟ ଜାଣିବାକୁ ବ୍ୟଗ୍ର ହୋଇ ଉଠିଛନ୍ତି । ଏହି ଫଟୋ ଅସଲି କି ନକଲି ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କର ପୁତ୍ର ମିମୋହ ।

ମିମୋହ କହିଛନ୍ତି ଯେ, କିଡନୀ ଷ୍ଟୋନ ସମସ୍ୟା କାରଣରୁ ମିଥୁନଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଯେଉଁସବୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ତାହା ମିଥୁନଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟର ଫଟୋ । ବର୍ତ୍ତମାନ ମିଥୁନ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ଓ ତାଙ୍କୁ ବେଙ୍ଗାଲୁରୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।

ମିଥୁନ୍ ଦା’ଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲର ବେଡରେ ଶୁଆଇ ଦିଆଯାଇଥିବା ଏକ ଫଟୋ ବହୁମାତ୍ରାରେ ଭାଇରାଲ ହୋଇଥିଲା । ମାତ୍ର ଏବେ ତାଙ୍କର ପୁତ୍ର ମିମୋହଙ୍କ ବୟାନ ପରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଶାନ୍ତିରେ ନିଃଶ୍ୱାସ ନେଇଛନ୍ତି । ପ୍ରଶଂସକମାନେ ମିଥୁନଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.