”ମୋ ଝିଅକୁ ହରଣଚାଲ୍ କରି ସେ ବାହା ହେଇଛି” ଧଉଳି ପାର୍ଟି ମାଲିକ ବ୍ଲାକମେଲ୍ କରି ବୁଢାଟା ସାଙ୍ଗରେ ବାହା କରିଦେଇଛି

ବିବାଦରେ ଯାତ୍ରା ଅଭିନେତା ରୁଦ୍ର ମିଶ୍ର । ରିଲାରୁ ହେଲେ ରିୟଲ ଲାଇଫ ପାର୍ଟନଏର ।

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାତ୍ରା ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ଆଗାମୀ ଯାତ୍ରା ଋତୁ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶା ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ।

ନିକଟରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଆମ୍ଫୋଇ ଅନୁଷ୍ଠାନରେ ବିବାହ କରିଛନ୍ତି। ବିବାହ ସମୟରେ ଉଭୟ ପରିବାର ଲୋକ ଉପସ୍ଥିତ ନଥିଲେ। ବିନା ବେଦ ଉଚ୍ଚାରଣ, ବରଯାତ୍ରୀରେ ଏହି ବିବାହ ସମ୍ପନ୍ନ ହୋଇଛି।

ନବଦମ୍ପତି ଧଉଳି ଗଣନାଟ୍ୟ ସହ କାମ କରୁଛନ୍ତି। ନାଟକ ଚଣ୍ଡାଶୋକରେ ଅଶୋକ ଏବଂ କାରୁବାକି ଭୂମିକାରେ ସାମ୍ନାକୁ ଆସିବେ ଏହି ଯୋଡ଼ି।

ସେପଟେ ଏହି ବିବାହ ପରେ ବିବାଦ ଘେରକୁ ଆସିଛନ୍ତି ରୁଦ୍ର। ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ବାପା ଏହି ବିବାହକୁ ବିରୋଧ କରିଛନ୍ତି। ସେ କହିଛନ୍ତି ‘ମୋ ଝିଅକୁ ୨୮, ତାକୁ ୫୦ କି ୫୨ ବର୍ଷ। ମୋ ଝିଅକୁ ହରଣଚାଲ୍ କରି ସେ ବାହା ହେଇଛି। ମୋ ଝିଅକୁ ଫସେଇ ବାହାଘର କରେଇଛନ୍ତି ।

ଧଉଳି ପାର୍ଟି ମାଲିକ ବ୍ଲାକମେଲ୍ କରି ଝିଅକୁ ଘରକୁ ଛାଡ଼ୁନି । ଏବେ ନିଜ ପାର୍ଟି ବଞ୍ଚାଇବା ପାଇଁ ଯାତ୍ରା ଅଭିନେତା ରୁଦ୍ର ମିଶ୍ରଙ୍କ ସହ ବିବାହ କରାଇଛନ୍ତି ।’