fbpx

ଆସନ୍ତା ୩୦ରେ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲଙ୍କ ବାହାଘର

ମୁମ୍ୱାଇ,୬ ।୧୦: ସିଂଘମ୍ ହିରୋଇନ୍ କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର । ଫ୍ୟାମିଲି ଲାଇଫରେ ଏଣ୍ଟ୍ରି ମାରିବେ କାଜଲ । ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ମୁମ୍ବାଇରେ କାଜଲ ବିବାହ କରିବେ ବୋଲି ଜଣାପଡ଼ିଛି। କରୋନା ଯୋଗୁ ଏହି ଉତ୍ସବରେ କମ୍‌ ଏବଂ ସ୍ବତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯିବ। ନୂଆ ଅଭିଯାନ ଆରମ୍ଭ କରୁଥିବାରୁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି କାଜଲ । ସମସ୍ତଙ୍କ ଭଲ ପାଇବା ମାଗିଛନ୍ତି ।

କୁହାଯାଉଛି କାଜଲ ଜଣେ ପ୍ରସିଦ୍ଧ ବ୍ୟବସାୟୀ ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁ ବିବାହ କରିବେ। ସେମାନଙ୍କ ନିର୍ବନ୍ଧ ସରିଥିବା ମଧ୍ୟ କୁହାଯାଉଛି। ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ୍‌’ରୁ ହିନ୍ଦୀ ଫିଲ୍ମ ଜଗତରେ କାଜଲ ଏଣ୍ଟ୍ରି ମାରିଥିଲେ । କାଜଲ କହିଛନ୍ତି ସେ ଆଗକୁ ମଧ୍ୟ ଅଭିନୟ ଜାରି ରଖିବେ । ସବୁବେଳେ ସମର୍ଥନ ଦେଇ ଆସୁଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ କାଜଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Get real time updates directly on you device, subscribe now.