fbpx

କାଷ୍ଟିଂ କାଉଚକୁ ନେଇ ମୁହଁ ଖୋଲିଲେ ଆଉ ଜଣେ ଅଭିନେତ୍ରୀ, କହିଲେ- ଫିଲ୍ମରେ ସୁଯୋଗ ଦେବା ପାଇଁ ଏହି କାମ କରିବାକୁ କହୁଥିଲେ ନିର୍ଦ୍ଦେଶକ

ମୁମ୍ବାଇ ୧୯ ।୪ (ଓଡିଶା ଭାସ୍କର) : କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ବଲିଉଡ୍ ଅଭିନେତ୍ରୀ । ଟିଭି ସିରିଏଲରୁ ନିଜର କ୍ୟାରିଅର୍ ଏବଂ ଲୋକପ୍ରିୟତା ହାସଲ କରିଥିବା ପ୍ରଚୀ ଦେସାଇ କାଷ୍ଟିଂ କାଉଚର ଶିକାର ହୋଇଥିବା କଥା ସମସ୍ତଙ୍କ ସାମ୍ନାରେ  କହିଛନ୍ତି । ଏକ ସାକ୍ଷାତକାରରେ ପ୍ରାଚୀ ଏସବୁ କହିଛନ୍ତି । ସେ କହିଛନ୍ତି କି ବଲିଉଡରେ କାମ କରିବା ସମସ୍ତଙ୍କର ସ୍ୱପ୍ନ ଥାଏ । ହେଲେ ଏହି ସ୍ୱପ୍ନ ପୁରା କରିବା ଏତେ ସହଜ ନୁହଁ, ଏଥିପାଇଁ ବହୁତ ସାଲିସ୍ କରିବାକୁ ପଡେ । ଯେତେବେଳେ ସେ ବଳିଉଡର ଏକ ଫିଲ୍ମ ପାଇଁ ଅଫର ପାଇଥିଲେ ସେତେବେଳେ ସେହି ଫିଲ୍ମ ପାଇଁ ନିର୍ଦ୍ଦେଶକ ତାଙ୍କୁ କିଛି ଚୁକ୍ତି କରିବା ସହ ତାଙ୍କ କଥାରେ ରାଜି ହେବା ପାଇଁ ତାଙ୍କୁ କହିଥିଲେ । ଏଥିପାଇଁ ପ୍ରଚୀ ମନା କରିବା ପରେ ନିର୍ଦ୍ଦେଶକ ତାଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ପରେ ସେହି ଫିଲ୍ମରେ କାମ ନକରିବା ପାଇଁ ପ୍ରାଚୀ ମନା କରି ଦେଇଥିଲେ ବୋଲି କହିଛନ୍ତି ।

ସେ ଏକଥା ବି କହିଥିଲେ କି ଏଠାରେ ସମସ୍ତେ ‘ୱେଟ୍ ଆଣ୍ଡ ୱାଚ୍’ ଗେମ ଖେଳନ୍ତି । ଅନ୍ୟପଟେ ବଲିଉଡରେ ଅଧିକାଂଶ ଷ୍ଟାର ମାନଙ୍କ ପୁଅ ଝିଅ କିମ୍ବା ସମ୍ପର୍କୀୟଙ୍କୁ ହି କାମ ମିଳେ । ସେହି ସମୟରେ ଟିଭି କଳାକାରଙ୍କୁ ଫିଲ୍ମରେ କାମ କରିବା ପାଇଁ ଯୋଗ୍ୟ ମନେ କରୁନଥିଲେ । ଏଥିପାଇଁ ତାଙ୍କୁ କାମ ମିଳୁ ନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ । ଟିଭି ସିରିଏଲ୍ ଫକସ୍ମ ସେ’ରୁ ପରିଚିତ ହୋଇଥିବା ଅଭିନେତ୍ରୀ ପ୍ରାଚୀ ଦେସାଇ ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୧୭ ବର୍ଷ ବୟସରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୮ରେ ଫରକ୍ ଅନ୍’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲ

Get real time updates directly on you device, subscribe now.