ଭୁବନେଶ୍ୱର: ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହା ଆତ୍ମହତ୍ୟା ନା ଏହା ପଛରେ କିଛି କାରଣ ରହିଛି ସେ ନେଇ ଉଠିଛି ଏକ ବିରାଟ ପ୍ରଶ୍ନ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ମାମଲାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ସୂଚନା ଅନୁସାରେ ଟେଲିଭିଜନ ଦୁନିଆର ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଜୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ଆତ୍ମହତ୍ୟା ବୋଲି ଜଣାଯାଇଛି । ଘଟଣାସ୍ଥଳରେ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ତଥାପି ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରକୃତରେ ଏହା ଆତ୍ମହତ୍ୟା ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ଭୁବନେଶ୍ୱରର ନୟାପଲ୍ଲୀରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ ରଶ୍ମିରେଖା । ତେବେ ପୋଲିସ ଘଟଣାର ତଦନ୍ତ କାର୍ଯ୍ୟ ଜାରି ରଖିଛି ଏବଂ ମାମଲାର ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଖୋଳତାଡ କରୁଛି ସ୍ଥାନୀୟ ପୋଲିସ ।