fbpx

NDTVର ଅଧିଗ୍ରହଣରେ ଆଗେଇ ପାରିବନି ଅଦାନୀ ଗ୍ରୁପ: କିଏ ସୃଷ୍ଟି କରୁଛି ବାଧା?

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଦ୍ୱାରା ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡର ଅଧିଗ୍ରହଣରେ ଏକ ନୂଆ ମୋଡ ଦେଖାଦେଇଛି । ଏନଡି ତରଫରୁ ଅଦାନୀ ଗ୍ରୁପକୁ ଏକ ଚିଠି ହସ୍ତଗତ ହୋଇଛି । ଅଦାନୀ ଗ୍ରୁପକୁ ଏଥିରେ ଲାଗିଛି ଏକ ଶକ୍ତ ଝଟକା । RRPR ହୋଲ୍ଡିଙ୍ଗ ପ୍ରାଇଭେଟ ଲିମିଟେଡରେ ୯୯.୫% ଅଂଶ ଅଦାନୀ ଗ୍ରୁପ ହାସଲ କରି ପାରିବନି ବୋଲି ଏହି ଚିଠିରେ କୁହାଯାଇଛି । ବଜାର ନିୟାମକ ସେବୀ ଦ୍ୱାରା ଲଗା ଯାଇଥିବା ପ୍ରତିବନ୍ଧକ ଏଥିପାଇଁ ବାଧା ସୃଷ୍ଟି କରିଛି । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ କମ୍ପାନୀର ମାଲିକ ରାଧିକା ଏବଂ ପ୍ରଣୟ ରାୟଙ୍କ ଉପରେ କୌଣସି ସିକ୍ୟୁରିଟି ଟ୍ରାଞ୍ଜାକ୍ସନରେ ସାମିଲ ହେବା ପାଇଁ ବାରଣ କରାଯାଇଛି ।

୪ ବିଲିୟନ ଟଙ୍କାର ଲୋନ ବଦଳରେ RRPR ହୋଲଡିଂରେ ଥିବା ୱାରେଣ୍ଟକୁ ରୂପାନ୍ତର କରି ପ୍ରସାରଣ ବ୍ୟବସାୟରେ ୨୯.୧୮% ଅଂଶଧନ କିଣିବା ପାଇଁ ଦାବି କରିଥିଲା । ଏହାପରେ ଅଦାନୀ ଗ୍ରୁପ NDTVର ୨୬% ଅତିରିକ୍ତ ଅଂଶଧନ କିଣିବା ପାଇଁ ଅଫର ଦେଇଛି । ତେବେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ NDTVରେ ପ୍ରମୋଟର୍ସର ସେୟାର ୬୧.୪୫% ରହିଥିବା ବେଳେ ଏଥିରେ RRPR ହୋଲ୍ଡିଂ ୨୯.୧୮% ଏବଂ ପ୍ରଣୟ ରାୟ ଏବଂ ରାଧିକା ରାୟଙ୍କ ନିକଟରେ ୩୨ ପ୍ରତିଶତ ଅଂଶଧନ ରହିଥିଲା ।

ତେବେ ରାୟ ଦମ୍ପତ୍ତିଙ୍କ ଉପରେ ଲାଗିଥିବା ଏହି ବ୍ୟାନ ଅର୍ଡର ଆସନ୍ତା ନଭେମ୍ବର ୨୬ ତାରିଖରେ ଶେଷ ହେବାକୁ ଯାଉଛି । ୪ ଆସନ୍ତା ନଭେମ୍ବର ୨୬ ତାରିଖରେ ଶେଷ ହେବାକୁ ଯାଉଛି । ତେବେ ବିଚାରାଧୀନ ପ୍ରକ୍ରିୟା ସଫଳତାର ସହ ସମାପ୍ତ ନ ହେବା ପର୍ଯ୍ୟନ୍ତ ୯୯.୫% ହାସଲ କରିବାକୁ ପ୍ରସ୍ତାବିତ ଅଧିଗ୍ରହଣକାରୀଙ୍କ ପାଇଁ ସେବୀର ମଞ୍ଜୁରୀ ଆବଶ୍ୟକ ରହିବ । ଏ ନେଇ ସେୟାର ବଜାରକୁ ସୂଚନା ଦେଇଛି କମ୍ପାନୀ ।

Get real time updates directly on you device, subscribe now.