fbpx

ଆଦାନୀଙ୍କ NDTVକୁ ବଡ଼ ଝଟକା: ୫୦%କୁ ଖସିଆସିଛି ଲାଭ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିୟନ୍ତ୍ରିତ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (NDTV) ର କନସୋଲିଡେଟେଡ ନେଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪୯.୭୬ ପ୍ରତିଶତ ହ୍ରାସ ପାଇ ୧୫.୦୫ କୋଟିରେ ପହଞ୍ଚିଛି ।

ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଯାଇଥିବା ସୂଚନାରେ ଏନଡିଟିଭି କହିଛି ଯେ, ଗତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୈ ମାସରେ କମ୍ପାନୀ ୨୯.୯୬ କୋଟି ଟଙ୍କା ଲାଭ କରିଛି । ଆଜି NDTV ସେୟାରରେ ଅପର ସର୍କିଟ ଲାଗିଛି ।

ମିଡିଆ କମ୍ପାନୀର ଖର୍ଚ୍ଚ ବୃଦ୍ଧି :-
ମିଡିଆ କମ୍ପାନୀର ଅପରେଟିଂ ଆୟ ମଧ୍ୟ ତ୍ରୈମାସରେ ୯.୪୪ ପ୍ରତିଶତ ହ୍ରାସ ହୋଇ ୧୦୫.୩୭ କୋଟିରେ ପହଞ୍ଚିଛି । ଏକ ବର୍ଷ ପୂର୍ବେ ତୃତୀୟ ତ୍ରୈମାସରେ ଏହା ୧୧୬.୩୬ କୋଟି ଟଙ୍କା ଥିଲା । ତେବେ ଡିସେମ୍ବର ତ୍ରୈମାସରେ NDTVର ମୋଟ ଖର୍ଚ୍ଚ ୪.୯୩ ପ୍ରତିଶତ ବୃଦ୍ଧି ପାଇ ୮୮.୨୭ କୋଟିରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଏହା ୮୪.୧୨ କୋଟି ଥିଲା । ଅନ୍ୟପଟେ ବୁଧବାର NDTVର ସେୟାରରେ ୫% ଅପର ସର୍କିଟ ଲାଗିଛି । କମ୍ପାନୀର ସେୟାର ୨୨୭.୭୦ ଟଙ୍କାରେ ଟ୍ରେଣ୍ଡ କରୁଛି ।

Get real time updates directly on you device, subscribe now.