fbpx

ଖାଦ୍ୟରେ ସାମିଲ କରନ୍ତୁ କଳା ଚାଉଳ; ଦୂର ହେବ କ୍ୟାନ୍ସର, ହୃଦରୋଗ ସମେତ ୪ ପ୍ରକାରର ରୋଗ

Advertisement

ଆପଣ ହୁଏତ କଳା ଚାଉଳ କେବେ ଖାଇ ନଥିବେ କିନ୍ତୁ କଳା ଚାଉଳ ବିଷୟରେ ନିଶ୍ଚିତ ଭାବେ ଶୁଣିଥିବେ । ଆପଣ ମଧ୍ୟ ଭାବୁଥିବେ ଯେ କଳା ଚାଉଳ କିପରି ଏବଂ ଏହା ଖାଇବା ଦ୍ୱାରା ଆମ ଶରୀରକୁ କ’ଣ ଲାଭ ମିଳିଥାଏ? ତେବେ ଏହି କଳା ଚାଉଳ ଅତି ସହଜରେ ହଜମ ହୋଇଥାଏ ଏବଂ ଏହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁ କାରଣରୁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ତେବେ ଆସନ୍ତୁ ଜାଣିବା ଏହି କଳା ଚାଉଳର ୪ ଟି ବଡ଼ ଲାଭ ବିଷୟରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ । ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଆଖିର ଦୃଷ୍ଟିଶକ୍ତି ବଢିଥାଏ ଏବଂ ଏହାକୁ କ୍ଷତି ପହଞ୍ଚାଉଥିବା ଉପାଦାନରୁ ସୁରକ୍ଷା ମିଳିଥାଏ । କଳା ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ ।

ହୃଦଘାତର ଆଶଙ୍କା ହ୍ରାସ

କଳା ଚାଉଳ ଖାଇବା ଦ୍ୱାରା ହୃଦଘାତର ଆଶଙ୍କା କମ ହୋଇଥାଏ । ଏଥିରେ ଫ୍ଲାଭୋନାଏଡ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ହୃଦରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଉପାଦାନ ଶରୀରରେ ଆଣ୍ଟୋସିୟାନିନ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡର ସ୍ତରକୁ ଉନ୍ନତ କରିବାରେ ମଧ୍ୟ କାର୍ଯ୍ୟ କରିଥାଏ ।

କର୍କଟ ରୋଗରୁ ରକ୍ଷା

ଏହି ଚାଉଳ ଖାଇବା ଦ୍ୱାରା କ୍ୟାନ୍ସର ଭଳି ରୋଗରୁ ବହୁ ପରିମାଣରେ ସୁରକ୍ଷା ମିଳିଥାଏ । ଏହି କଳା ଚାଉଳରେ ଆଣ୍ଟୋସିୟାନିନ ମିଳିଥାଏ, ଯେଉଁଥିପାଇଁ ଏହି ଚାଉଳର ରଙ୍ଗ କଳା-ବାଇଗଣୀ ହୋଇଯାଏ । ଏହି ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଭଳି ଆଣ୍ଟି-କର୍କିନୋଜେନିକ୍ ଗୁଣ ମିଳିଥାଏ ।

Get real time updates directly on you device, subscribe now.