fbpx

ଜେସ୍ଟେଷନାଲ ଡାଇବେଟିସ୍ ହୋଇଥିଲେ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ମହିଳାମାନଙ୍କୁ ଗର୍ଭଧାରଣ ସମୟରେ ନିଜ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଉଚିତ । ଏହି ସମୟରେ ପ୍ରାୟତଃ ସେମାନଙ୍କ ମୁଡ଼୍ ସ୍ୱିଙ୍ଗ୍ ହୋଇଥାଏ । ସେମାନଙ୍କୁ କେତେବେଳେ ଖଟା, ମିଠା, ଚଟପଟା, ଚକଲେଟ୍‌, ଆଇସକ୍ରୀମ୍ ଇତ୍ୟାଦି ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ବେଳେ ବେଳେ ଅଧିକ ମିଠା ଖାଇବା ଦ୍ୱାରା ଜେସ୍ଟେଷନାଲ ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏଥିପାଇଁ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଇଥାଏ । ଏହା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ ପ୍ରସବ ସମୟର ଜଟିଳତା ବୃଦ୍ଧି କରିଥାଏ । ପ୍ରସବ ପରେ ଏହି ଜେସ୍ଟେଷନାଲ ଡାଇବେଟିସରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେଉଁ ସବୁ ଖାଦ୍ୟ ଦ୍ୱାରା ରକ୍ତଶର୍କରାକୁ ନିୟନ୍ତ୍ରଣ କରିପାରିବା:

– ଗର୍ଭାବସ୍ଥା ସମୟରେ ଡ଼ାଲି ଜାତୀୟ(ପଲସେସ୍‌) ଜିନିଷ ଯେପରି ସୋୟାବିନ୍‌, ରାଜମା, ଚଣା, ମୁଗ, ଇତ୍ୟାଦିର ସେବନ କରିବା ଉଚିତ । ଏଥିରେ ଭିଟାମିନ୍‌, ମିନେରାଲ୍ ଭଳି ଅନେକ ପୋଷକ ତତ୍ୱ ରହିଛି ଯାହା ରକ୍ତଶର୍କରାକୁ ନିୟନ୍ତ୍ରିତ ରଖେ । ଚିଆ ସିଡ୍ସର ସେବନ କରିବା ବେଶି ସୁଫଳ ଦେଇଥାଏ ।

– ଗର୍ଭାବସ୍ଥା ସମୟରେ ରକ୍ତଶର୍କରାର ସ୍ତର ଅଧିକ ଥିଲେ ନିୟମିତ ସାଲାଡ଼ର ସେବନ କରନ୍ତୁ । ସାଲାଡ଼ରେ ଗାଜର, ଟମାଟୋ, କାକୁଡ଼ି, ଲେଟ୍ୟୁସ୍‌, ବ୍ରୋକୋଲି, ମୂଳା ଇତ୍ୟାଦି । ଏହା ଡାଇବେଟିସ୍ ଏବଂ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

– ପ୍ରେଗନେନ୍ସି ଡାଏଟ୍‌ରେ ଦହି ସାମିଲ କରନ୍ତୁ । ଏଥିରେ ପ୍ରୋ ବାୟୋଟିକ୍‌, ଭିଟାମିନ୍ ବି-୧୨ ଏବଂ ପ୍ରୋଟିନରେ ଭରପୁର ମାତ୍ରାରେ ରହିଛି । ଏହା ପେଟ ପାଇଁ ସୁସ୍ଥକର ହେବା ସହ ଇମ୍ୟୁନିଟି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

– ପ୍ରୋଟିନ୍‌ର ଏକ ଉତ୍ତମ ଉତ୍ସ ହେଉଛି ଅଣ୍ଡା । ଏହା ବ୍ୟତିତ ଅଣ୍ଡାରେ ଭିଟାମିନ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ଼୍ ଅଛି ଯାହା ରକ୍ତଶର୍କରାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

– ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବାଦାମ ଖାଇବା ଲାଭଦାୟକ ହୋଇଥାଏ । ଗର୍ଭାବସ୍ଥା ସମୟରେ ବାଦାମର ସେବନ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ପ୍ରତିଦିନ ସକାଳେ ୨-୩ଟି ଭିଜା ବାଦାମ ଖାଇବା ଗର୍ଭସ୍ଥ ଶିଶୁର ମରାନସିକ ବିକାଶରେ ସହାୟକ ହୋଇଥାଏ ।

 

Get real time updates directly on you device, subscribe now.