fbpx

ଭୟାନକ ସୌର ତୋଫାନର ସାମ୍ନା କରିବ ଆଦିତ୍ୟ L1, video ଜାରି କରି ନାସା କରାଇଲା ସତର୍କ

Advertisement

ନୂଆଦିଲ୍ଲୀ:ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍ ୧ ପୃଥିବୀର କକ୍ଷରୁ ବାହାରି ଏଲ ୧ ପଏଣ୍ଟ ଆଡକୁ ଅଗ୍ରସର ହୋଇସାରିଛି । ଏହାରି ମଧ୍ୟରେ ନାସା ଏକ ଭିଡିଓ ଜାରି କରି ଆଦିତ୍ୟ ଏଲ୍ ୧ କୁ ଏକ ବଡ ବିପଦ ବିଷୟରେ ସତର୍କ କରାଇ ଦେଇଛି । ନାସା କହିଛି ଗତ ବର୍ଷ ଏହାର ସୂର୍ଯ୍ୟ ମିଶନ ‘ପାର୍କର ସୋଲାର ପ୍ରୋଭ୍‌’ ସୂର୍ଯ୍ୟଙ୍କ ସିଏମଇ ଅର୍ଥାତ୍ କୋରୋନଲ ମାସ୍ ଇଞ୍ଜେକସନ୍ ସହ ସାମ୍ନାସାମ୍ନି ହୋଇଥିଲା । କିନ୍ତୁ ଏହା କୌଣସି ପ୍ରକାରେ ରକ୍ଷା ପାଇଯାଇଥିଲା ।

ଏପରି କ୍ଷେତ୍ରରେ ଏବେ ଏହି ପ୍ରଶ୍ନ ଉଠୁଛି ଯେ, ଆଦିତ୍ୟ ଏଲ ୧କୁ ବି ଏହି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଏପରି ଘଟିଲା ତେବେ ଏହା ନିଜକୁ ରକ୍ଷା କରିପାରିବ କି ନା ସେ ନେଇ ପ୍ରଶ୍ନ ଉଠିଛି ।

ନାସା ଏହାର ଏକ ବ୍ଲଗରେ କହିଛି ୫ ସେପ୍ଟେମ୍ବର ୨୦୨୨ରେ ପାର୍କର ସୋଲାର ପ୍ରୋଭ୍ ଏକ ଶକ୍ତିଶାଳୀ ସିଏମଇ ସହ ପିଟିହୋଇଥିଲା । ଏହି ସିଏମଇ ଗୋଟିଏ ପଟେ ଧୂମକେତୁ କିମ୍ବା କ୍ଷୁଦ୍ର ଗ୍ରହର ଡଷ୍ଟ ପାର୍ଟିକିଲ ହୋଇଥାଏ ଯାହା ସହ ସୌରଶକ୍ତି ସାମ୍ନାସାମ୍ନି ହେବା ପରେ ଏହା ଭୟାନକ ହୋଇଯାଇଥାଏ । ନାସା କହିଛି ପୂର୍ବରୁ ଏହି ସିଏମଇ ଠାରୁ କୌଣସି ଯାନ ରକ୍ଷା ପାଇପାରି ନାହିଁ । ଏହା ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ବାଦଲ ହୋଇଥାଏ ଯାହା ସୂର୍ଯ୍ୟଙ୍କ ଠାରୁ ହିଁ ବାହାରିଥାଏ । ଏହି ସୌର ତୋଫାନ ବହୁତ ଭୟାନକ ହୋଇଥାଏ । ଏହା ଯାନର ନାଭିଗେସନ ସିଷ୍ଟମକୁ ଅକାମୀ କରି ଦେଇଥାଏ । ନାସା କହିଛି ଆଦିତ୍ୟ ଏଲ ୧କୁ ବି ଏହି ସୌର ତୋଫାନର ସାମ୍ନା କରିବାକୁ ପଡିପାରେ ।

ତେବେ ନାସାର ପାର୍କର ସୋଲାର ପ୍ରୋଭ୍ ଓ ଇସ୍ରୋର ଏଲ୍ ୧ ମଧ୍ୟରେ ବହୁତ ଫରକ ରହିଛି । ସୋଲାର ପ୍ରୋଭ ସୂର୍ଯ୍ୟଙ୍କ ବହୁତ ନିକଟକୁ ଯିବାର ଥିବା ବେଳେ ଆଦିତ୍ୟ ଏଲ ୧ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂର ଅର୍ଥାତ୍ ସୂର୍ଯ୍ୟ ଠାରୁ ବହୁ ଦୂରରେ ରହି ଅଧ୍ୟୟନ କରିବ ।

Get real time updates directly on you device, subscribe now.