UGC NET ପାଇଁ ଜାରି ହେଲା ଆଡମିଟ୍ କାର୍ଡ଼, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି UGC NET ୨୦୨୪ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ଜାରି କରିଛି । ଆସନ୍ତା ଜାନୁଆରୀ ୩ରୁ ୧୬ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ । UGC NET ୨୦୨୪ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ugcnet.nta.ac.inକୁ ଯାଇ ନିଜ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ ।

ପରୀକ୍ଷା ଫର୍ମାଟ୍ ଏବଂ ବିଷୟ:

ଏହି ପରୀକ୍ଷା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ କରାଯିବ। ଏଥିରେ ୮୫ ଟି ବିଷୟ ପାଇଁ ପ୍ରାର୍ଥୀ ହାଜର ହେବେ । ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ରର ଠିକଣା, ପରୀକ୍ଷା ସମୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ। ପ୍ରଥମ ସିଫ୍ଟ ସକାଳ ୯:୦୦ ରୁ ମଧ୍ୟାହ୍ନ ୧୨:୦୦ ପର୍ଯ୍ୟନ୍ତ ହେବ । ଯେତେବେଳେ କି ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩:୦୦ ରୁ ୬:୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଆଡମିଟ୍ କାର୍ଡ ଜାନୁଆରୀ ୩ ପରୀକ୍ଷା ପାଇଁ ଅଟେ ।

ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡରେ ତାଙ୍କର ଫଟୋ, ଦସ୍ତଖତ, ବାରକୋଡ୍ ଏବଂ QRcode ରହିବ । ଯଦି ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାରେ କୌଣସି ଅସୁବିଧା ଅଛି, ପ୍ରାର୍ଥୀମାନେ ୦୧୧-୪୦୭୫୯୦୦୦ କୁ କଲ କରିପାରିବେ କିମ୍ବା [email protected] କୁ ଇମେଲ୍ କରିପାରିବେ ।

ପେପର ପାଟର୍ଣ୍ଣ:
– ପରୀକ୍ଷାରେ ୨ଟି ପେପର ରହିବ: ପେପର ୧ ଏବଂ ପେପର ୨ ।

– ଦୁଇଟି ପେପରରେ ମୋଟ୍ ୧୫୦ MCQ ରହିବ ।

– ପରୀକ୍ଷା ଅବଧି ୩ ଘଣ୍ଟାର ରହିବ ।
– ଏଥିରେ କୌଣସି ନେଗେଟିଭ୍ ମାର୍କିଂ ନାହିଁ ।

କିପରି ଡାଉନଲୋଡ୍ କରିବେ ଆଡମିଟ୍ କାର୍ଡ଼ ?

୧. ପ୍ରଥମେ ଅଫିସିଆଲ ୱେବସାଇଟ୍ ugcnet.nta.ac.inକୁ ଯାନ୍ତୁ ।

୨. ହୋମପେଜରେ ‘Admit Card Download’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ ପ୍ରାର୍ଥୀ ଜଣଙ୍କ ନିଜ ଆବେଦନ ସଂଖ୍ୟା ଏବଂ ଜନ୍ମତିଥି ଲେଖନ୍ତୁ । ସ୍କ୍ରିନରେ ଆଡମିଟ୍ କାର୍ଡ଼ ଦେଖାଯିବ ।

୪. ଏହା ପରେ ପ୍ରାର୍ଥୀ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରି ଏକ କପି ପ୍ରିଣ୍ଟ୍ ଆଉଟ୍ କରି ରଖନ୍ତୁ ।