ADR Report: କେଉଁ ଦଳକୁ ମିଳିଛି ସବୁଠାରୁ ଅଧିକ ଚାନ୍ଦା, BJP, କଂଗ୍ରେସ, AAP କାହାର ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ଗତ ୨୦୨୧-୨୨ ବର୍ଷ ପାଇଁ ଗଣତାନ୍ତ୍ରିକ ସଂସ୍କାର ପାଇଁ ସଂଗଠନ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି । ଏହାଦ୍ୱାରା ନିର୍ବାଚନ ପାଇଁ ନିର୍ବାଚନୀ ଟ୍ରଷ୍ଟମାନଙ୍କ ପକ୍ଷରୁ ଦେଶର ରାଜନୈତିକ ଦଳମାନଙ୍କୁ କେତେ ପରିମାଣରେ ଚାନ୍ଦା ପ୍ରଦାନ କରାଯାଇଥିଲା ତାହା ସ୍ପଷ୍ଟ ହୋଇଛି । ତେବେ ବିଜେପିକୁ ମିଳିଥିବା ଚାନ୍ଦାର ପରିମାଣ ଅନ୍ୟ ନଅଟି ପାର୍ଟିଠାରୁ ଅଢ଼େଇ ଗୁଣରୁ ଅଧିକ ବୋଲି ଜଣାପଡ଼ିଛି ।

ରିପୋର୍ଟ ମୁତାବକ ୨୦୨୧-୨୨ ନିର୍ବାଚନରେ ବିଭିନ୍ନ ଟ୍ରଷ୍ଟ ଦ୍ୱାରା ବିଜେପିକୁ ମୋଟ ୩୫୧.୫୦ କୋଟି (୭୨.୧୭ ପ୍ରତିଶତ) ଚାନ୍ଦା ପ୍ରଦାନ କରାଯାଇଛି । ଏ କ୍ଷେତ୍ରରେ କଂଗ୍ରେସ, ଟିଆରଏସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି (ଆପ), ୱାଇଏସଆରସିପି କମ୍ ଚାନ୍ଦା ସଂଗ୍ରହ କରିଥିବା ଜଣାପଡ଼ିଛି । ଏହି ଅବଧି ମଧ୍ୟରେ ଭାଜପାକୁ କଂଗ୍ରେସ ଅପେକ୍ଷା ୧୯ ଗୁଣ ଅଧିକ ଚାନ୍ଦା ମିଳିଛି ।

କଂଗ୍ରେସକୁ ୧୮.୪୪ କୋଟି ଚାନ୍ଦା ମିଳିଥିବା ବେଳେ ଟିଆରଏସକୁ ୪୦ କୋଟି, ସପାକୁ ୨୭ କୋଟି, ଆପକୁ ୨୧.୧୨ କୋଟି, ୱାଇଏସଆରସିପିକୁ ୨୦ କୋଟି, ଶିରୋମଣି ଅକାଳି ଦଳ (ଏସଏଡି)କୁ ୭ କୋଟି, ପଞ୍ଜାବ ଲୋକ ଦଳକୁ ୧ କୋଟି, ଗୋଆ ପରୱାର୍ଡ ପାର୍ଟି ଓ ଡିଏମକେକୁ ୫୦-୫୦ ଲକ୍ଷ ଚାନ୍ଦା ମିଳିଛି । ଆର୍ଥିକ ବର୍ଷ ୨୦୨୧-୨୨ରେ ନିର୍ବାଚନୀ ଟ୍ରଷ୍ଟକୁ ୮୯ କର୍ପୋରେଟ / ବ୍ୟବସାୟିକ ସଂସ୍ଥା ପକ୍ଷରୁ ୪୭୫ କୋଟି ଟଙ୍କାର ଯୋଗଦାନ ମିଳିଛି ।