fbpx

ଆସିଲା ଏଡିଆର୍‌ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା

ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ ଜନତା ପାର୍ଟିକୁ ଦାନବୀରମାନେ ଚାନ୍ଦା ଦେବାରେ ତିଳେ ମାତ୍ର କୁଣ୍ଠା ପ୍ରକାଶ କରିନାହାନ୍ତି । ବିଭିନ୍ନ ମାଧ୍ୟମରୁ ମିଳିଥିବା ଚାନ୍ଦାକୁ ନେଇ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ ଗୁରୁବାର ଏହାର ସୂଚନା ଦେଇଛି ।

ଏଡିଆର୍‌ ରିପୋର୍ଟ ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷରେ ଯେତେବେଳେ କରୋନା ପିକ୍‌ ମୁଡ୍‌ରେ ଥିଲା ସେତେବେଳେ ରାଜନୈତିକ ଦଳମାନଙ୍କୁ କିନ୍ତୁ ୫୯୩.୭୪ କୋଟିର ଚାନ୍ଦା ମିଳିଛି । ଏଥିମଧ୍ୟରୁକେବଳ ବିଜେପିକୁ ୪୭୭.୫୪କୋଟି ଚାନ୍ଦା ମିଳିଛି । ଅର୍ଥାତ ମୋଟ ଚାନ୍ଦାର ୮୦ ପ୍ରତିଶତ ବିଜେପି ଖାତାକୁ ଆସିଛି । ଏ

ଡିଆର୍‌ ରିପୋର୍ଟ ଦର୍ଶାଇଛି କି ୩୫୭୩ ବ୍ୟକ୍ତିମାନେ ୨୦ହଜାରରୁ ଅଧିକ ଚାନ୍ଦା ରାଜନୈତିକ ଦଳମାନଙ୍କୁ ଦେଇଛନ୍ତି । ଏକାକୀ ବିଜେପିକୁ ୨୨୦୬ ଜଣ ଚାନ୍ଦା ଦେଇଛନ୍ତି । ସେହିପରି କଂଗ୍ରେସକୁ ୧୦୭୭ ବ୍ୟକ୍ତି ଓ ପ୍ରତିଷ୍ଠାନ ୭୪ କୋଟି ୫୨ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ମିଳିଛି । ବିଜେପିକୁ ଅଜସ୍ର ଧନବର୍ଷା ସେହି ରି ଏନ୍‌ସିପିକୁ ୭୯ ବ୍ୟକ୍ତି ଅଥବା ପ୍ରତିଷ୍ଠାନ ପକ୍ଷରୁ ୨୦ହଜାର ଟଙ୍କାରୁ ଅଧିକ ଚାନ୍ଦା ମିଳିଥିବା ବେଳେ ସିପିଏମ୍‌କୁ ୨୨୬, ସିପିଆଇକୁ ୧୨୪, ଏନ୍‌ପିଇପିକୁ ୧୫, ଏଆଇଟିସିକୁ ୨୬ ବ୍ୟକ୍ତି ଅଥବା ପ୍ରତିଷ୍ଠାନ ୨୦ହଜାରରୁ ଅଧିକ ଚାନ୍ଦା ଦେଇଛନ୍ତି ।

Get real time updates directly on you device, subscribe now.