ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଏ ମାସରେ ପାର୍ଟ ପ୍ଲଟ୍ ବିକ୍ରି ବିଜ୍ଞପ୍ତି
ଭୁବନେଶ୍ୱର: ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି ।
ସେ ଆହୁରି କହିଛନ୍ତି ଯେ, ‘ପାର୍ଟ ପ୍ଲଟ ବିଷୟ ନଗର ଉନ୍ନୟ ବିଭାଗ ପାଖରେ ରହିଛି । ଡ୍ରାଫ୍କୁ ଆହୁରି ଅଧ୍ୟୟନ କରୁଛି ରାଜସ୍ୱ ବିଭାଗ । ଏ ନେଇ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି । ଚଳିତ ମାସରେ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ ।’