fbpx

spine surgery: ମେରୁଦଣ୍ଡ ସର୍ଜରୀ କରିବାକୁ ଡରୁଛନ୍ତି! କ’ଣ ରହିଛି ବିପଦ, ଜାଣନ୍ତୁ ଏ ରିପୋର୍ଟରେ..

ଓଡିଶା ଭାସ୍କର: ମେରୁଦଣ୍ଡ ସମସ୍ୟା ଅତ୍ୟଧିକ ଗମ୍ଭୀର ହେବା ପରେ ହିଁ ତାହାର ସର୍ଜରୀ କରାଇବାର ଆବଶ୍ୟକତା ପଡେ । ଏହି ସର୍ଜରୀ ପରେ ବ୍ୟକ୍ତିକୁ ଆରାମ ପ୍ରାପ୍ତି ମଧ୍ୟ ହୁଏ । ଏହାଦ୍ୱାରା ରୋଗୀର ଅନେକ ସମସ୍ୟା ସହଜରେ ଦୂର ହୋଇଥାଏ । ମାତ୍ର ମେରୁଦଣ୍ଡ ସର୍ଜରୀ (spine surgery) ପାଇଁ ବହୁ ଲୋକ ଡରନ୍ତି । କୌଣସି ବି ରୋଗରେ ରୋଗୀ ଅପରେସନ ବା ସର୍ଜରୀରୁ ଦୂରେଇବାକୁ ଚେଷ୍ଟା କରିବା ମଧ୍ୟ ସ୍ୱାଭାବିକ । ଯାହା ସ୍ପାଇନ ସର୍ଜରୀ (spine surgery) କ୍ଷେତ୍ରରେ ବି ହୁଏ ।

ମେରୁଦଣ୍ଡ ସମସ୍ୟା ଭୋଗୁଥିବା ଅନେକ ରୋଗୀ ଔଷଧ ଓ ଫିଜିଓଥେରାପିରେ ମଧ୍ୟ ଠିକ ହୋଇଯାଆନ୍ତି । କିନ୍ତୁ,ଏଥିରେ ଅନେକଙ୍କୁ କିଛି ବି ସୁଫଳ ମିଳି ନଥାଏ । ଯାହାଦ୍ୱାରା ସେମାନେ ବାଧ୍ୟ ହୁଅନ୍ତି ଏହି ସର୍ଜରୀ ପାଇଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏହାକୁ ସହଜ କରିପାରିଛି । ନୂଆ ନୂଆ ମେଡିକାଲ ଉପକରଣ ଓ ଏମଆରଆଇ ତଥା ମାଇକ୍ରୋସ୍କୋପ ଭଳି ସୁବିଧା ଏହାକୁ ଅତି ସହଜ କରି ପାରିଛି ।

ଅଧିକାଂଶ ରୋଗୀ ମେରୁଦଣ୍ଡ ସର୍ଜରୀ ପରେ ଭାବନ୍ତି ଯେ, ସେମାନେ ପୁନଃ ଏହି ସମସ୍ୟା ଭୋଗି ପାରନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଏହା ବୟସ ବଢିଲେ ସର୍ଜରୀ ପରେ ମଧ୍ୟ ସମସ୍ୟା ଆସିପାରେ । ନହେଲେ ଥରେ ସର୍ଜରୀ କରିବା ପରେ ଅନେକ ରୋଗୀ ଉପଶମ ପାଆନ୍ତି ଓ ଖୁସିରେ ଦୈନନ୍ଦିନ ଜୀବନ ଅତିବାହିକ କରନ୍ତି । ଏଭଳି ଦ୍ୱିତୀୟ ଥର ସର୍ଜରୀ କରିବା ପ୍ରାୟ କମ୍ ରୋଗୀଙ୍କ କ୍ଷେତ୍ରରେ ଦୃଷ୍ଟିଗୋଚର ହୋଇଥାଏ । ଫଳରେ ମେରୁଦଣ୍ଡ ସର୍ଜରୀ (spine surgery) ପାଇଁ ଲୋକେ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

Get real time updates directly on you device, subscribe now.