Breaking: ପାଖରେ ରଖନ୍ତୁ ପାଣି ବୋତଲ, ଆଉ ମାତ୍ର ୫ ଦିନ… ଆରମ୍ଭ ହେବ ଅସମ୍ଭାଳ ତାତି

ଭୁବନେଶ୍ୱର: ରାଜ୍ୟରୁ ଶୀତ ଉଭେଇ ଗଲାଣି । ଜାନୁଆରୀ ଶେଷ ହେବା ସହ ଶୀତ ବି ସରିଯାଇଛି । ଏଣିକି ଦିନର ତାପମାତ୍ରା ବଢ଼ିବାରେ ଲାଗିଛି ।
ସାମାନ୍ୟ ଗୁଳୁଗୁଳି ଅନୁଭବ ହେବା ସହ ଝାଳ ବୋହିବା ଆରମ୍ଭ ହୋଇଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୫ ଦିନ ପରେ ରାଜ୍ୟରେ ବଢ଼ିବ ତାତି । ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୫ରୁ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ସୂଚନା ଦିଆଯାଇଛି ।

ମେଘମୁକ୍ତ ଆକାଶ ଏବଂ ପବନର ଉତ୍ତରାୟଣ ଗତି ପାଇଁ ତାପମାତ୍ରା ବଢ଼ିବା ନେଇ ଅନୁମାନ କରାଯାଉଛି ।