fbpx

ସନ୍ଧ୍ୟା ୫ଟାରୁ ନବମୀ ଦର୍ଶନ ବନ୍ଦ: ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦେଖିବେନି ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ନବମୀ ସନ୍ଧ୍ୟାରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ । ଆଡପ ମଣ୍ଡପରେ ଦର୍ଶନ ଦେବେ ନାହିଁ କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ୨୭ ତାରିଖ ନବମୀ ଦିନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାବାହୁଙ୍କ ଦର୍ଶନ କରିପାରିବେ ସମସ୍ତ ଶ୍ରଦ୍ଧାଳୁ । କିନ୍ତୁ ସନ୍ଧ୍ୟା ୫ଟା ପରେ ଚତୁର୍ଦ୍ଧାମୁରତୀଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଛନ୍ତି । ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହେବା ଯୋଗୁଁ ନବମୀ ଦିନ ସନ୍ଧ୍ୟା ପରେ ଦର୍ଶନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ନବମୀ ତିଥି ଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନବମୀ ଦର୍ଶନ କରିପାରିବେ ଭକ୍ତ ।

Get real time updates directly on you device, subscribe now.