fbpx
BJD
BJD SKY
BJD SKY

ଲମ୍ବା ୱେଟିଙ୍ଗ ଲିଷ୍ଟ ପରେ ଟ୍ରେନରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ : ଯଦି ଆପଣ ରେଳ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କ ପାଖରେ ୱେଟିଙ୍ଗ ଲିଷ୍ଟରେ ଟିକେଟ ଅଛି, ଏହା ପରେ କନଫର୍ମ ଟିକେଟ କରିବାକୁ ଚାହୁଛନ୍ତି ତେବେ ରେଲୱେ ତାହାର ୱେବସାଇଟରେ ଅନେକ ସୁବିଧା ଉପଲବ୍ଧ କରୁଛି । ଯାହା ଦ୍ୱାରା ଆପଣ ସେଠାରେ ନିଜର ଟିକେଟକୁ କନଫର୍ମ କରିପାରିବେ । ଏହା ଛଡା ରେଲୱେ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା କରିଛି ।

ଯାତ୍ରୀମାନେ ଏବେ ଇଣ୍ଡିଆନ ରେଲୱେ ପୋସେଜର ରିଜରଭେସନ ଇନକ୍ୱାରୀରେରେ ଚାଟ କରିବା ଦ୍ୱାରା ଆଉ ଏକ ବିକଳ୍ପ ଦେଖିବାକୁ ପାଇବେ । ଏଥିରେ କ୍ଲିକ କରିବା ପରେ ନୂଆ ପେଜ ଖୋଲିବ । ଏଥିରେ ଟ୍ରେନ ରିଜର୍ଭଭେସନ ପାଇଁ ସମ୍ପୂର୍ଣ୍ଣ ତଥ୍ୟ ମିଳିବ । ରେଲୱେର ଜଣେ ଅଧିକାରୀ କହିଛନ୍ତି ପ୍ରତ୍ୟେକ ଯାତ୍ରୀ ଟ୍ରେନ ଚାଲିବା ୪ ଘଣ୍ଟା ପୂର୍ବରୁ ଚାଟ ୩୦ ମିନିଟ ପୂର୍ବରୁ ଦିତୀୟ ଚାର୍ଟ ବିଷୟରେ ସୂଚନା ଦେଇଥାଏ । ଏଥିରେ ଅଧିକାଂଶ ଯାତ୍ରୀ ତାଙ୍କର କନଫର୍ମ ଟିକେଟ କ୍ୟାନସଲ କରନ୍ତି । ଆଗରୁ ଏହା ଟିଟିଆଇ ପାଖରେ ହୋଲ୍ଡ ହୋଇ ରହୁଥିଲା । ଏହା ଦ୍ୱାରା ଯାତ୍ରୀମାନଙ୍କୁ ସୂଚନା ମିଳିପାରୁ ନଥିଲା । ଏହି ଚାର୍ଟ ଅନଲାଇନ ହେବା ପରେ ଯାତ୍ରୀ ତାଙ୍କ ଲ୍ୟାପଟବ ଏବଂ ମୋବାଇଲ ଦ୍ୱାରା ଏହା ବିଷୟରେ ସୂଚନା ପାଇ ପାରିବେ । କନଫର୍ମ ସିଟରେ ଯାତ୍ରୀ କେତେ ବାଟ ଯାତ୍ରା କରିପାରିବେ ଏବଂ ଏହା କେତେବେଳେ ଖାଳି ହେବ ତାହା ଜଣାପଡିଥାଏ । ଏହା ଦ୍ୱାରା ଯାତ୍ରୀମାନଙ୍କୁ ଟିଟିଆଇ ଉପରେ ଭରୋଷା କରିବାକୁ ପଡିବ ନାହିଁ । ଏହା ଛଡା ଯାତ୍ରା ସମୟରେ ମଧ୍ୟ ଟିଟିଆଇ କନଫର୍ମ ଟିକେଟ ଉପଲବ୍ଧ କରିପାରିବେ ।ରେଲୱେ ଦ୍ୱାରା ଆରମ୍ଭ ହୋଇଥିବା ୱେସାଇଟରେ ନୂଆ ସୁବିଧା ସହିତ ଟ୍ରେନ ଇଞ୍ଜିନ ଠାରୁ ଆରମ୍ଭ କରି ଟ୍ରେନ କେଉଁ କେଉଁ ଠାରେ କେତେ ସମୟ ରହିବ ତାହା ବିଷୟରେ ମଧ୍ୟ ସୂଚନା ମିଳୁଛି ।

Get real time updates directly on you device, subscribe now.