fbpx

ଦିପାବଳୀ ପୂର୍ବରୁ ବଡ଼ ଉପହାର ଘୋଷଣା: Adhoc Bonusକୁ ମିଳିଲା ମଞ୍ଜୁରୀ, କର୍ମଚାରୀଙ୍କ ମାସିକ ଦରମା ଯେତିକି ବୋନସ ମିଳିବ ସେତିକି

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ଆଡହକ ବୋନସକୁ ନରେନ୍ଦ୍ର ମୋଦୀ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି । ୨୦୨୩-୨୩ର ଏହି ବୋନସର ଗଣନା ପାଇଁ ସର୍ବାଧିକ ସୀମା ୭ ହଜାର ଟଙ୍କା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର କରାଯାଇଛି । ଗ୍ରୁପ-ବି, ଗ୍ରୁପ-ସି ଓ ପାରାମିଲିଟରୀ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଥିବା ଗ୍ରୁପ-ବି ଓ ଗ୍ରୁପ-ସି ନନ-ଗେଜେଟେଡ କର୍ମଚାରୀଙ୍କୁ ଏହି ବୋନସ ମିଳିଥାଏ । ଏଥିସହିତ ଏହି ବୋନସର ଫାଇଦା କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର କର୍ମଚରୀ ଓ ଆର୍ମଡ ଫୋର୍ସଙ୍କୁ ମଧ୍ୟ ମିଳିଥାଏ । କର୍ମଚାରୀଙ୍କୁ ୩୦ ଦିନର ଦରମା ସହିତ ସମାନ ଅର୍ଥ ବୋନସ ଆକାରରେ ମିଳିଥାଏ । ଏନେଇ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଡିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।

ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବକୁ ଯାଉଛି । ଉକ୍ତ ବୈଠକରେ ମହଙ୍ଗା ଭତ୍ତା (ଡିଏ)କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏବେ କେନ୍ଦ୍ର କର୍ମଚାରୀମାନେ ୪୨ ଡିଏ ପାଉଥିବା ବେଳେ ୪ ପ୍ରତିଶତ ଡିଏ ବୃଦ୍ଧି ସମ୍ଭାବନା ରହିଛି । ଯଦି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନିଅନ୍ତି ତେବେ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚିଯିବ । ଏହାଦ୍ୱାରା କର୍ମଚାରୀମାନେ ପ୍ରତି ମାସରେ ଅଧିକ ଦରମା ପାଇବେ ।

ବର୍ତ୍ତମାନ ସର୍ବନିମ୍ନ ବେତନ ୧୮ ହଜାର ରହିଥିବା ବେଳେ ୪୨ ପ୍ରତିଶତ ଡିଏ ହିସାବରେ ୭,୫୬୦ ଟଙ୍କା ବୃଦ୍ଧି ହୋଇଥାଏ । ଯଦି ଡିଏ ୪ ପ୍ରତିଶତ ବୃଦ୍ଧି ହୁଏ ତେବେ ୪୬ ପ୍ରତିଶତ ହିସାବରେ ମାସିକ ୮,୨୮୦ ଟଙ୍କା ବୃଦ୍ଧି ହେବ । ଏଥିସହିତ ଯାତ୍ରା ଭତ୍ତା ଉପରେ ମଧ୍ୟ ଡିଏ ମିଳିଥାଏ । ଫଳରେ କର୍ମଚାରୀଙ୍କୁ ୮,୬୪୦ ଟଙ୍କାର ଫାଇଦା ମିଳିଥାଏ । ସେହିପରି ୫୬,୯୦୦ ଟଙ୍କାର ସର୍ବାଧିକ ବେତନ କ୍ଷେତ୍ରରେ ୪୨ ପ୍ରତିଶତ ଡିଏ ହିସାବରେ ମାସିକ ୨୩,୮୯୮ ଟଙ୍କା ମିଳିଥାଏ । ଏପରି ସ୍ଥିତିରେ ୪୬ ପ୍ରତିଶତ ଡିଏ ହିସାବରେ ଏହି ରାଶି ୨୬,୧୭୪ ଟଙ୍କା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.