ନୂଆଦିଲ୍ଲୀ: ଅମୂଲ ପକ୍ଷରୁ କ୍ଷୀରର ଦାମ୍ ବଢ଼ିବା ପରେ ଏବେ ମଦର ଡାଏରୀ କ୍ଷୀର ମଧ୍ୟ ମହଙ୍ଗା ହୋଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଦିଲ୍ଲୀ ଏନସିଆରରେ କ୍ଷୀରର ଦାମରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ମୂଲ୍ୟ ରବିବାର ରାତିରୁ ଲାଗୁ ହେବ ।
ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଚାଷୀଙ୍କ ଖର୍ଚ୍ଚ, ତେଲର ମୂଲ୍ୟ ଏବଂ ପ୍ୟାକେଜିଙ୍ଗ ସାମଗ୍ରୀର ମୂଲ୍ୟ ମହଙ୍ଗା ହେବାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୬ ରୁ ନୂଆ ମୂଲ୍ୟ ଲାଗୁ ହେବ । ପ୍ରତ୍ୟେକ ପ୍ରକାରର କ୍ଷୀର ଉପରେ ନୂଆ ମୂଲ୍ୟ ଲାଗୁ ହେବ । ଏହାପୂର୍ବରୁ ଅମୂଲ ଏବଂ ପରାଗ ଡାଏରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । କମ୍ପାନୀ କହିଛି ଯେ ଉତ୍ପାଦନ ମୂଲ୍ୟ ବଢ଼ିବା ପରେ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି ।
ଦିଲ୍ଲୀ-ଏନସିଆରେ ନୂଆ ମୂଲ୍ୟ
ଟୋକେନ୍ କ୍ଷୀର – ଲିଟର ପିଛା ୪୬ ଟଙ୍କା ।
ଅଲ୍ଟ୍ରା ପ୍ରିମିୟମ୍ କ୍ଷୀର -୩୨ (୫୦୦ ଏମଏଲ)
ଫୁଲ୍ କ୍ରିମ୍ କ୍ଷୀର – ୫୯ ଟଙ୍କା (୧୦୦୦ ଏମଏଲ), ୩୦ ଟଙ୍କା (୫୦୦ ଏମଏଲ )
ଗାଈ କ୍ଷୀର – ୫୧ ଟଙ୍କା (୧୦୦୦ ଏମଏଲ), ୨୬ ଟଙ୍କା (୫୦୦ ଏମଏଲ)
ସୁପର ଟି କ୍ଷୀର – ୨୭ ଟଙ୍କା (୫୦୦ ଏମଏଲ )