fbpx
BJD SKY
BJD SKY

ଏସିଆ କପ୍ ପରେ ପାକିସ୍ତାନ ହାତରୁ ଖସିବ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର, ଜାଣନ୍ତୁ କେଉଁଠି ହେବ ଟୁର୍ଣ୍ଣାମେଣ୍ଟ ?

BJD

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ଉପରେ ସଙ୍କଟର କଳା ବାଦଲ ଛାଇଥିବା ବେଳେ ଏବେ ପିସିବି ପାଇଁ ଆଉ ଏକ ସଙ୍କଟ ଆସିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାକିସ୍ତାନ ହରାଇପାରେ। କୁହାଯାଉଛି ଯେ, ଚଳିତ ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ଆୟୋଜନକୁ ନେଇ ହେଉଥିବା ସମସ୍ୟା ଏହାର ମୂଳ କାରଣ ।

ଏହି ବିବାଦ ପରେ ଆଇସିସି ଏବେ ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ସ୍ଥାନାନ୍ତରଣ କରିବାକୁ ଚିନ୍ତା କରୁଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହରାଇବା ପରେ ପାକିସ୍ତାନ ବୋର୍ଡର ଯେଉଁ କ୍ଷତ ହେବ ତାହାକୁ ଆଇସିସି ଭରଣା କରିବ । ଯଦି ଏଭଳି ହୁଏ ପିସିନିକୁ ଟଙ୍କା ତ ମିଳିଯିବ କିନ୍ତୁ ଆୟୋଜନ ଅଧିକାର ହରାଇବା ପରେ ଏହାକୁ ଲୋକହସା ହେବାକୁ ପଡ଼ିପାରେ ।

ତେବେ କେବଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ନୁହେଁ ଟି-୨୦ ବିଶ୍ୱ କପ ୨୦୨୪ ଆୟୋଜନ ସ୍ଥଳ ମଧ୍ୟ ବଦଳିପାରେ । ଟି-୨୦ ବିଶ୍ୱକପ ୨୦୨୪ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ରେ ଆୟୋଜନ ହେବାର ଥିଲା। ଯାହାକୁ ଆୟରଲ୍ୟାଣ୍ଡକୁ ସ୍ଥାନାନ୍ତର କରାଯାଇପାରେ ।

ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ଏସିଆ କପ୍ ଉପରେ ରହିଛି । ଯାହାକୁ ଆୟୋଜନ କରିବାର ଅଧିକାର ପାକିସ୍ତାନ ହରାଇପାରେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ପାକିସ୍ତାନ ଟିମ୍ ପଠାଇବାକୁ ମନା କରି ଦେଇଥିବା ବେଳେ ଏସିଆ କ୍ରିକେଟ ବୋର୍ଡ ପାକିସ୍ତାନର ହାଇବ୍ରିଡ ଫର୍ମୁଲାକୁ ଖାରଜ କରି ଦେଇଛି ।

Get real time updates directly on you device, subscribe now.