fbpx

ସବୁ ରାଜ୍ୟଙ୍କୁ DCGI ପକ୍ଷରୁ ଚେତାବନୀ: ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି କଫ ସିରପ ଦିଅନ୍ତୁନି, ୧୪୧ ଜଣଙ୍କ ମୃତ୍ୟୁ ଘଟିଲାଣି

Advertisement

ନୂଆଦିଲ୍ଲୀ: କମ୍ ବୟସର ପିଲାଙ୍କୁ ଦିଆଯାଉଥିବା ଥଣ୍ଡା ଓ କାଶର କଫ ସିରପର ବ୍ୟବହାର ଉପରେ ରୋକ ଲଗାଇବା ନେଇ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଏନେଇ ସମସ୍ତ ରାଜ୍ୟକୁ ଡିସିଜିଆଇ ପକ୍ଷରୁ ଚିଠି ଲେଖାଯାଇଛି । ଦୁଇଟି ଔଷଧ କ୍ଲୋରଫେନିରାମାଇନ ମ୍ୟାଲେଟ ଓ ଫିନାଇଲଫ୍ରାଇନର କାକଟେଲର ଉପଯୋଗ କରି ପ୍ରସ୍ତୁତ ହୋଇଥିବା ସିରପର ପ୍ୟାକେଜିଂ ଉପରେ ଏହି ଅନୁସାରେ ଲେବଲିଂ କରିବାକୁ କୁହାଯାଇଛି ।

ସାଧାରଣ ଭାବେ ଥଣ୍ଡାର ଲକ୍ଷଣ ଦେଖାଦେଲେ ତା’ର ଚିକିତ୍ସା ପାଇଁ ଏହି ଦୁଇଟି ଔଷଧର ମିଶ୍ରଣରୁ ପ୍ରସ୍ତୁତ ହୋଇଥିବା ସିରଫ ବା ଗୋଲିର ଉପଯୋଗ କରାଯାଇଥାଏ । ଏହି ସିରପର ବ୍ୟବହାର କରି ସାରା ବିଶ୍ୱରେ ୧୪୧ ଜଣ ଶିଶୁଙ୍କର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିସିଜିଆଇ ପକ୍ଷରୁ ଏହି ନିଷେଧାଦେଶ ଜାରି କରାଯାଇଛି । ଏନେଇ ଗତ ୧୮ ତାରିଖରେ ସମସ୍ତ ରାଜ୍ୟମାନଙ୍କୁ ଚିଠି ଲେଖାଯିବା ସହିତ ଏହି ଦୁଇ ମେଡିସିନରୁ ପ୍ରସ୍ତୁତ ସିରପର ପ୍ୟାକେଜିଂରେ ସେହି ଅନୁଯାୟୀ ଲେବଲିଂ କରିବାକୁ କୁହାଯାଇଛି ।

ରାଜ୍ୟମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, କ୍ଲୋରଫେନିରାମାଇନ ମ୍ୟାଲେଟ ୨ଏମଜି ପ୍ଲସ ଫିନାଇଲଫ୍ରାଇନ ଏଚସିଆଇ ଆଇପି ୫ଏମଜି ଡ୍ରପ / ଏମଏଲର ଫିକ୍ସ ଡୋଜ କମ୍ବିନେସନ (ଏଫଡିସି)କୁ ପ୍ରୋଫେସର କୋକାଟେ କମିଟି ଦ୍ୱାରା ତର୍କସଙ୍ଗତ ଘୋଷିତ କରାଯାଇଛି । ଶିଶୁଙ୍କ ପାଇଁ ଅସ୍ୱୀକୃତ ଆଣ୍ଟି-କୋଲ୍ଡ ଡ୍ରଗ ଫର୍ମୂଲେସନକୁ ଗୁରୁତ୍ୱ ଦେବା ପରେ ଚିନ୍ତା ବଢ଼ିଯାଇଛି । ଏହି ମାମଲାରେ ବିଷୟ ବିଶେଷଜ୍ଞ କମିଟି ପକ୍ଷରୁ ବିଚାର ବିମର୍ଶ କରାଯାଇଛି । ଏଫଡିସିର ବ୍ୟବହାର ୪ ବର୍ଷର କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ କରାଯିବା ଅନୁଚିତ ବୋଲି କମିଟି ପକ୍ଷରୁ ସୁପାରିଶ କରାଯାଇଛି । ସେହି ଅନୁସାରେ କମ୍ପାନୀମାନେ ଲେବଲ ଓ ପ୍ୟାକେଜିଂରେ ଏ ସମ୍ବନ୍ଧରେ ଚେତାବନୀ ଉଲ୍ଲେଖ କରିବା ଆବଶ୍ୟକ ।

Get real time updates directly on you device, subscribe now.