fbpx
BSKY SKY
BSKY SKY

BMC ସହ ଆଲୋଚନା ପରେ, ଖୋଲିବ ୟୁନିଟ-୧ ହାଟ

BSKY

ଭୁବନେଶ୍ୱର : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ଦୀର୍ଘ ୬ ଦିନ ପରେ ପୁଣି ଥରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିବ ଏଠାରେ । ତେବେ ଦଶହରା ପୂର୍ବରୁ ଏଠାରେ ଥିବା ସମସ୍ୟାର ସମାଧାନ ହୋଇଛି । ଏଥି ପାଇଁ ବ୍ୟବସାୟୀମାନଙ୍କ ମନରେ ଉତ୍ସାହ ଓ ଖୁସି ଦେଖିବାକୁ ମିିଳିବ । ୧ ନମ୍ବର ହାଟର ବ୍ୟବସାୟୀ ସଂଘର ସଭାପତି ଏହା ସୂଚନା ଦେଇଛନ୍ତି ।

BMC ସହ ଆଲୋଚନା ପରେ ଏହି ହାଟ ଖୋଲିବ । ପାର୍କିଙ୍ଗ ସହ ଜବରଦଖଲ ଏବଂ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ବ୍ୟବସାୟୀ ସଙ୍ଘ । ତେବେ ଗତ କାଲି BMC ଅଧିକାରୀ ହାଟ ପରିଦର୍ଶନ କରିଥିଲେ । ଏହା ସହ ଦାବି ପୂରଣ କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ୨ରୁ୪ ଦିନ ସମୟ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି BMC ଅଧିକାରୀ କହିଛନ୍ତି । ଯାହା ଫଳରେ ବ୍ୟବସାୟୀ ସଙ୍ଘ ଆନ୍ଦୋଳନରୁ ଓହରିଛନ୍ତି ।

Get real time updates directly on you device, subscribe now.