ନୂଆଦିଲ୍ଲୀ: ସାରା ଦେଶରେ ଏବେ ଏଚ୩ଏନ୨ ଭାଇରସ୍ ବା ଏନଫ୍ଲୁଏଞ୍ଜାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଭାଇରସରେ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ଆସିବାକୁ ଏହା ମଧ୍ୟରେ ୩ ବର୍ଷ ପୂରିସାରିଥିବା ବେଳେ ଏହି ଭାଇରସ ସଂକ୍ରମଣରେ ଆସି ଲୋକମାନେ କାଶ, ଥଣ୍ଡାରେ ପୀଡ଼ିତ ହେଉଥିବା ଦେଖାଯାଉଛି । ବର୍ତ୍ତମାନ ସମୟରେ ଦେଶରେ ପ୍ରତି ୫ ଜଣ ଥଣ୍ଡା, ସର୍ଦ୍ଦି, ଜ୍ୱର ପୀଡ଼ିତଙ୍କ ମଧ୍ୟରୁ ଜଣେ ଇନଫ୍ଲୁଏଞ୍ଜା ବି’ରେ ପୀଡ଼ିତ ହେଉଥିବା ଦେଖାଯାଉଛି ।
ଏ୩ଏନ୨ ଭାଇରସର ପ୍ରଭାବ ସମାପ୍ତ ହୋଇନଥିବା ବେଳେ ପୁଣି ଥରେ ଦେଶରେ ଏହି ନୂଆ ଭାଇରସ୍ ଇନଫ୍ଲୁଏଞ୍ଜା ବି ଏବେ ସାମ୍ନାକୁ ଆସି ଆତଙ୍କ ମଚାଇବା ଆରମ୍ଭ କରିଛି । ଦେଶର ରାଜଧାନୀ ଦିଲ୍ଲୀର ୩ଟି ବଡ଼ ଲ୍ୟାବ ଦ୍ୱାରା ଟେଷ୍ଟ କରଯାଇଥିବା ନମୂନାକୁ ବିଶ୍ଲେଷଣା କରାଯାଇଥିଲା । ତେବେ ଗତ ଜାନୁଆରୀ ମାସରେ ଦିଲ୍ଲୀରେ ଥଣ୍ଡା, ସର୍ଦ୍ଦି ଓ ଜ୍ୱରରେ ପୀଡ଼ିତ ରୋଗୀଙ୍କ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ବି ୫ ପ୍ରତିଶତ ଥିବା ଦେଖାଯାଇଛି ।
ତେବେ ଫେବୃଆରୀ ମାସରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୦ ପ୍ରତିଶତ ହୋଇଯାଇଥିଲା । ଏହାପରେ ମାର୍ଚ୍ଚରେ ଏହା ୩୦-୪୦ ପ୍ରତିଶତ ଛୁଇଁଥିଲା । ଏହାର ଅର୍ଥ ହେଉଛି ଦିଲ୍ଲୀରେ ଥଣ୍ଡା, ସର୍ଦ୍ଦି ଓ ଜ୍ୱରରେ ପୀଡ଼ିତ ପ୍ରତି ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ଇନଫ୍ଲୁଏଞ୍ଜା ବି ଭାଇରସରେ ପୀଡ଼ିତ ଅଛନ୍ତି । ଅନପକ୍ଷରେ ଜାନୁଆରୀରେ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ପୀଡ଼ିତଙ୍କ ଠାରେ ଏଚ୩ଏନ୨ ମାମଲା ୫୦ ପ୍ରତିଶତ ରହିଥିବା ବେଳେ ଫେବୃଆରୀରେ ତାହା ୨୦ ପ୍ରତିଶତକୁ ଖସି ଆସିଥିଲା । ସେହିପରି ମାର୍ଚ୍ଚରେ ଏହ ସଂଖ୍ୟା ୧୦ ପ୍ରତିଶତକୁ କମି ଆସିଥିବା ବେଳେ ଅନ୍ୟପଟେ ଇନଫ୍ଲୁଏଞ୍ଜା ବି ଅଧିକ ଘାତକ ସାବ୍ୟସ୍ତ ହେବାରେ ଲାଗିଛି ।
ଇନଫ୍ଲୁଏଞ୍ଜା ଏ ଗମ୍ଭୀର ବୀମାରୀର କାରଣ ସାଜିପାରେ, ମାତ୍ର ବି ନୁହେଁ । ଇନଫ୍ଲୁଏଞ୍ଜା ଏ’ର ସବ ଟାଇପ୍ ରହିଥିବା ବେଳେ ବି’ର ନାହିଁ । ଅନ୍ୟ ଭାଇରସ ପରି ବି’ର ଭାରିଆଣ୍ଟି ହୋଇପାରେ । ଇନଫ୍ଲୁଏଞ୍ଜା ଏ ମଣିଷ ସହିତ ପକ୍ଷୀଙ୍କଠାରେ ବ୍ୟାପିପାରେ । ମାତ୍ର ବି କେବଳ ମଣିଷଠାରେ ବ୍ୟାପିଥାଏ । ଇନଫ୍ଲୁଏଞ୍ଜା ଏ’ର ସବଟାଇପ୍ ଏଚ୧ଏନ୧ ପକ୍ଷୀଙ୍କଠାରେ ବ୍ୟାପିଥାଏ ।