ଏହି ଭାଇରସକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, hmpv କୌଣସି ନୂଆ ମାମଲା ନୁହେଁ l କିଛି ବର୍ଷ ପୂର୍ବରୁ ଏହା ସାରା ଦୁନିଆରେ ଦେଖା ଦେଇଥିଲା l ଏବେ ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ନଜର ରଖିଛି l ଭୟଭୀତ ହେବାର କୌଣସି କାରଣ ନାହିଁ l
ଚେନ୍ନାଇ,୬l୧: ହ୍ୟୁମାନ ମେଟା ନିୟୁମୋ ଭାଇରସ (HMPV)ଚୀନରେ ଭୟାନକ ରୂପ ନେଇ ସାରିଛି l ଏହି ଭାଇରସକୁ ନେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି l ଭାରତରେ ମଧ୍ୟ ଏହି ଭାଇରସ ଜନିତ ମାମଲା ସାମ୍ନାକୁ ଆସିଛି l ଭାରତର କର୍ଣ୍ଣାଟକରୁ ୨ଟି ଏବଂ ଗୁଜୁରାଟରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି l ସୋମବାର ଚେନ୍ନାଇରୁ ଆଉ ୨ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ୫ଟି ମାମଲା ଚିହ୍ନଟ ହୋଇଛି l
ପିଟିଆଇ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ଚେନ୍ନାଇ ସହରରେ ଦୁଇଟି ହସ୍ପିଟାଲରେ ପୃଥକ ୨ଟି ମାମଲା ସାମ୍ନାକୁ ଆସିଛି l ତେବେ ଏହାକୁ ନେଇ କୌଣସି ଯାଞ୍ଚ ସାମ୍ନାକୁ ଆସିନାହିଁ l
ଏହି ସମୟରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏକ ବୈଠକ କରି ଏଚଏମପିଭିର ଯାଞ୍ଚ କରିବା ପାଇଁ ପଦକ୍ଷେପ ନିଆଯିବ ଏବଂ ଏହାର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l