ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରଗଡରେ ଏକ ଶିଶୁ ଅପହରଣ ଉଦ୍ୟମ ଫେଲ ମାରିଛି । ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରାଯାଇଥିବା ବେଳେ ୫ ଘଣ୍ଟା ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟା ସମୟରେ ଶିଶୁଟି ଖେଳୁଥିବା ବେଳେ ବାଇକରେ ଅପହରଣ କରି ନିଆଯାଇଥିଲା । ଏହା ସହିତ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଇଂରାଜୀରେ ଏକ ଚିଠି ମଧ୍ୟ ପକାଯାଇଥିଲା ।
ତେବେ ଅପହରଣର ମାତ୍ର ୫ ଘଣ୍ଟା ମଧ୍ୟରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ସ୍ଥାନୀୟ ସ୍କୁଲ ନିକଟରୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ସିମେଣ୍ଟ କାରଖାନାର ଜନୈକ ବରିଷ୍ଠ ଅଧିକାରୀଙ୍କ ଏହି ୯ ବର୍ଷର ପୁଅକୁ ଅପହରଣ କରାଯିବା ପରେ ପୋଲିସ ତତ୍ପରତା ଦେଖାଇଥିଲା । ପୋଲିସ ପକ୍ଷରୁ ନାକାବନ୍ଦୀ ଓ ଧରପଗଡ କରାଯିବା କାରଣରୁ ଅପହର୍ତ୍ତା ମାନେ ଛାଡି ପଳାଇଥିବା ଅନୁମାନ କରାଯାଉଛି । ତେବେ ଅପହର୍ତ୍ତା ମାନେ ଧରାପଡି ନାହାନ୍ତି ।