fbpx

ବାହାଘର ଭୋଜିରେ ବଚସା: ଯୁବକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ(ଓଡ଼ିଶା ଭାସ୍କର): ବାହାଘର ଭୋଜିରେ ବଚସା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ବାହାଘର ଭୋଜିରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା। ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଂଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ଯାଇଥିଲେ।

ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ। କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକ ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ। ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ୟ ପୁଣି ବାଡେଇ ଚାଲିଥିଲେ । ଶେଷରେ ହତ୍ୟାକାରୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପରେ ଅନ୍ୟ କିଛି ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ କୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କେଉଁ କାରଣ ପାଇଁ ବିଦ୍ୟାଧରଙ୍କୁ ହତ୍ୟା କରାଗଲା, ତାହା ଅସ୍ପଷ୍ଟ ରହିଥିବା ବେଳେ, ୠାଁରେ ପହଞ୍ଚି ପୋଲିସ ଅଧିକ ତଦନ୍ତ ଚଳାଇଛି। ତାଙ୍କ ସାମ୍ନାରେ ଯୁବକ ଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Get real time updates directly on you device, subscribe now.