fbpx

କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା: ସ୍କୁଲ ଛୁଆଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଆଜି ସକାଳେ ସେଞ୍ଜ ଅଞ୍ଚଳରେ ଖାଇକୁ ଖସିପଡିଥିଲା ଏକ ବସ୍ । ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ବସରେ ମୋଟ ୪୫ ଜଣ ଯାତ୍ରୀ ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ଥିବା ସୂଚନା ମିଳିଛି ।

ତେବେ ଏହି ପ୍ରାଇଭେଟ ବସଟି ରାସ୍ତାରେ ଯାଉଥିବା ବେଳେ ଖାଇକୁ ଖସିପଡ଼ିଥିଲା । ସୂଚନା ମୁତାବକ, ବସଟି ସେଞ୍ଜ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଅଚାନକ୍ ଜଙ୍ଗଲା ନାମକ ସ୍ଥାନର ଏକ ବୁଲାଣିରେ ବସଟି ନିୟନ୍ତ୍ରଣ ହରାଇଥିଲା ଓ ଖାଇକୁ ଖସିପଡ଼ିଥିଲା ।

କୁହାଯାଉଛି ଯେ, ଏହି ବସରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ସ୍କୁଲର କିଛି ଛୁଆ ବି ସାମିଲ ଥିଲେ, ଯଉଁମାନେ ସ୍କୁଲକୁ ଯିବାପାଇଁ ବସରେ ଚଢ଼ିଥିଲେ । ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.