fbpx

ଅସ୍ତ୍ରୋପଚାର ପରେ ମଳଦ୍ୱାର ସିଲେଇ କରିଦେଲେ; ମହିଳା ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର କରିବା ପରେ ପ୍ରସୂତି ମହିଳା ଗୁରୁତର ହୋଇ ପଡିଛନ୍ତି । ସୂଚନା ଅନୁଯାୟୀ ସ୍ଵାମପାଟଣାର ସସ୍ମିତା ମୁଣ୍ଡା ଗତ ୨୦ ତାରିଖରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡ଼ି ରେଜିଷ୍ଟ୍ରର ନଂ ୬୪୫୨ ରେ ଆଡମିଟ ହୋଇଥିଲେ । ପରେ ପ୍ରସବ ଜନିତ ସମସ୍ୟା ନେଇ ଡାକ୍ତରଙ୍କୁ ଦେଖାଇବା ଥିଲେ । ଡାକ୍ତର ଅସ୍ତ୍ରୋପଚାର କରି କନ୍ୟା ସନ୍ତାନ ଜନ୍ମ କରିଥିଲେ । କିନ୍ତୁ ଷ୍ଟିଚ ପକାଇବା ସମୟରେ ମଳ ଦ୍ୱାର ମୁହଁକୁ ମିଶାଇ ଷ୍ଟିଚ କରିଥିବା ଅଭିଯୋଗ ହୋଇଛି । ଷ୍ଟିତ ପରେ ପ୍ରସୂତୀ ସସ୍ମିତା ମୁଣ୍ଡାକୁ ସୁସ୍ଥ ଥିବା କାରଣରୁ ଡିସଚାର୍ଜ କରି ଦିଆଯାଇଥିଲା ।ସସ୍ମିତା ଘରକୁ ଯିବା ପରେ ତାଙ୍କ ପେଟ ବଥା ହୋଇଥିଲା । ଝାଡା ଗଲା ବେଳେ ଝାଡା ଷ୍ଟିଚ ପଟେ ବାହାରୁଥିବା ନେଇ ଆଶା ଦିଦି କହିଛନ୍ତି ।

ବିଭିନ୍ନ ସମୟରେ ତାଙ୍କର ରକ୍ତସ୍ରାବ ହେଉଥିବା ପ୍ରସୂତି କହିଛନ୍ତି । ଏସବୁ ଦେଖିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ,ସେଠାରୁ ଗୁରୁତର ଥିବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଆଜି ସକାଳେ ଆଶା ଦିଦି ତାଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ନେଇ ଆଶା ଦିଦି କହିଛନ୍ତି । ଏହାର ତଦନ୍ତ ପରେ ଏନେଇ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ସିଡିଏମଓ ।

Get real time updates directly on you device, subscribe now.