fbpx

ଋଷିଆ ଉପରେ ଆମେରିକାର କଟକଣା: ୟୁକ୍ରେନକୁ ସେନା ଯୋଗାଇବେ ବାଇଡନ୍

Advertisement

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଋଷ ଦ୍ୱାରା ଅଲଗା ଅଲଗା ଅଞ୍ଚଳକୁ ସ୍ୱାଧୀନ ଭାବେ ଘୋଷଣା ପରେ ଏବେ ଆମେରିକା ଋଷ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡନ ବିଳମ୍ବିତ ରାତି ୧୨.୩୦ରେ ଦେଶକୁ ସମ୍ବୋଧିତ କରିଥିଲେ । ଋଷିଆ-ୟୁକ୍ରେନ ବିବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି ବାଇଡନ ।

ରାଷ୍ଟ୍ରପତି ବାଇଡନ କହିଛନ୍ତି ଯେ, ‘ଋଷିଆ ଉପରେ ଲାଗିଲା ବଡ଼ ପ୍ରତିବନ୍ଧକ । ବ୍ୟବସାୟ କ୍ଷେତ୍ରରେ ଆମେରିକା ଳଗାଇଲା କଟକଣା । ଋଷିଆକୁ ଦିଆଯାଉଥିବା ଆର୍ଥିକ ସହାୟତା ହଟାଯିବ । ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଦିଆଯିବନି । ୟୁକ୍ରେନ ସହ ଲଗାତାର ସମ୍ପର୍କରେ ଅଛି ଆମେରିକା । ଯୁଦ୍ଧକୁ ଏଡ଼ାଇବାକୁ ସବୁ ପ୍ରକାର ଚେଷ୍ଟା ଆମେରିକା କରୁଛି । ଋଷିଆ-ୟୁକ୍ରେନ ବିବାଦକୁ ସମାଧାନ କରିବାକୁ ଚେଷ୍ଟା ଜାରି ରହିଛି । ୟୁକ୍ରେନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ।’

Get real time updates directly on you device, subscribe now.