ସ୍କୁଲ ପରେ ଆରବିଆଇକୁ ବୋମା ଧମକ: ରୁଷ ସହ ରହିଛି କନେକ୍ସନ୍

ନୂଆଦିଲ୍ଲୀ: ଦେଶରେ ସ୍କୁଲ, ବିମାନବନ୍ଦର ଏବଂ ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାର ଧମକ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ସକାଳେ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ଧମକ ଦିଆଯାଇଥିଲା । ଅନ୍ୟପଟେ ଗୋଟିଏ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୁ ବୋମା ଧମକ ମିଳିଥିଲା । ଏହି ଧମକପୂର୍ଣ୍ଣ ଇ-ମେଲକୁ ଗୁରୁବାର ଅପରାହ୍ନରେ ଆରବିଆଇର ଅଫିସିଆଲ ୱେବସାଇଟରେ ପଠାଯାଇଛି । ଶୁକ୍ରବାର ସକାଳେ ଏହା ବିଷୟରେ ସୂଚନା ଆସିଥିଲା । ଇ-ମେଲରେ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇବା ପାଇଁ ଋଷୀୟ ଭାଷାରେ ଧମକ ଆସିଛି । ଏହାପୂର୍ବରୁ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି । ଏହି ମାମଲାରେ ମାତା ରାମବାଇ ମାର୍ (MRA Marg)  ପୋଲିସ ଷ୍ଟେସନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଆରବିଆଇକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। ଏହାପୂର୍ବରୁ ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ କଲ କରି ଆରବିଆଇକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା। କଲ୍ କରୁଥିବା ବ୍ୟକ୍ତି ନିଜକୁ ଲଶ୍କର-ଇ-ତାଇବା ର ସିଇଓ ଭାବରେ ପରିଚିତ କରିଥିଲେ ।