୪୦ ବର୍ଷ ବୟସ ପରେ ଆଣ୍ଟିବାୟୋଟିକ ମେଡିସିନ୍ ସାବଧାନର ସହ ଖାଆନ୍ତୁ, କାରଣ ଏହା ଯୋଗୁଁ ପ୍ରଦାହଜନକ ଅନ୍ତଃସ୍ଥଳୀ (ଆଇବିଡି) ହେବାର ଆଶଙ୍କା ୪୮ ପ୍ରତିଶତ ବଢ଼ିଯାଇଥାଏ । ଗଟ ଜର୍ନାଲରେ ପ୍ରକାଶିତ ରିପୋର୍ଟ ମୁତାବକ, ଆଣ୍ଟିବାୟୋଟିକ ନେବା ପରେ ଏହି ବିପଦ ବଢ଼ିଯାଇଥାଏ ।
ନ୍ୟୁୟର୍କ ୟୁନିଭରସିଟିର ଗବେଷକମାନେ ପ୍ରାୟ ୮୧ ଲକ୍ଷ ଡେନିଶ ଲୋକଙ୍କ ସ୍ବାସ୍ଥ୍ୟ ତଥ୍ୟ ବିଶ୍ଳେଷଣ କରିଥିଲେ। ଜଣାପଡ଼ିଥିଲା ଯେ ଯେଉଁମାନେ ଆଣ୍ଟିବାୟୋଟିକ ଗ୍ରହଣ କରୁନାହାଁନ୍ତି ସେମାନଙ୍କ ତୁଳନାରେ ଏହାକୁ ବ୍ୟବହାର କରୁଥିବା ଲୋକଙ୍କକ କ୍ଷେତ୍ରେରେ ଆଇବିଡି ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ଗବେଷକମାନେ ୨୦୦୦ ରୁ ୨୦୧୮ ମଧ୍ୟରେ ୧୦ରୁ ୬୦ ବର୍ଷ ବୟସର ୬୧ ଲକ୍ଷ ଲୋକଙ୍କୁ ଅଧ୍ୟୟନ କରିଥିଲେ। ସେଥିମଧ୍ୟରୁ ୫୫ ଲକ୍ଷଙ୍କୁ ଡାକ୍ତରଙ୍କ ଦ୍ୱାରା ଆଣ୍ଟିବାୟୋଟିକ ଦିଆଯାଇଥିଲା। ଆଣ୍ଟିବାୟୋଟିକ ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ, ୩୬,୦୧୭ ଜଣଙ୍କଠାରେ ଅଲସରାଟିଭ କୋଲାଇଟିସର ଲକ୍ଷଣ ଏବଂ ୧୬,୮୮୧ କ୍ରୋନ ସମସ୍ୟାର ଲକ୍ଷଣ ବିକଶିତ କରିଥିଲା। ଆଣ୍ଟିବାୟୋଟିକ ନେଉ ନ ଥିବା ଲୋକଙ୍କ ତୁଳନାରେ ୧୦ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କଠାରେ ଆଇବିଡି ହେବାର ସମ୍ଭାବନା ୪୦ ପ୍ରତିଶତ ଅଧିକ ଥିଲା। ଏଥି ସହିତ, ୪୦ରୁ ୬୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଏହି ବିପଦ ୪୮ ପ୍ରତିଶତ ଅଧିକ ବୋଲି ଜଣାପଡିଛି।
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ୧ରୁ୨ ବର୍ଷ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ନେବା ପରେ ଆଇବିଡିର ବିପଦ ସର୍ବାଧିକ ଥିଲା। ଏଥିସହ, ଅଧ୍ୟୟନରେ ଆଣ୍ଟିବାୟୋଟିକ ପ୍ରକାରଗୁଡିକ ଦେଖାଯାଇଥିଲା। ଆଇବିଡିର ସର୍ବାଧିକ ବିପଦ ନାଇଟ୍ରୋମିଡାଜୋଲ ଏବଂ ଫ୍ଲୋରୋକଇନୋଲୋନ ସହିତ ଜଡିତ ଥିଲା। ସେଗୁଡିକ ସାଧାରଣତଃ ଅନ୍ତଃନଳୀ ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ ହୋଇଥାଏ। ନାଇଟ୍ରୋଫୁରାଣ୍ଟୋଏନ ଏକମାତ୍ର ଆଣ୍ଟିବାୟୋଟିକ ଥିଲା ଯାହା ଆଇବିଡିର ବିପଦକୁ ବଢ଼ାଇ ନ ଥିଲା ।
ଆଇବିଡିର ବିପଦକୁ ବଢ଼ାଇବାରେ ନ୍ୟାରୋ ସ୍ପେକ୍ଟ୍ରମ ପେନିସିଲିନର ଭୂମିକା ମଧ୍ୟ ରହିଥିବା ଦେଖାଯାଇଛି। ଏହି ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଆଣ୍ଟିବାୟୋଟିକ ଅନ୍ତଃସ୍ଥ ମାଇକ୍ରୋବିଓମରେ ବଡ଼ ପରିବର୍ତ୍ତନ କରିଥାଏ। ତେବେ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନୁମାନ କରାଯାଉଛି ବୟସ ସହିତ ଅନ୍ତଃସ୍ଥ ମାଇକ୍ରୋବିଓମର ମାଇକ୍ରୋବ୍ର ସ୍ଥିରତା ଏବଂ ପରିସରରେ ପ୍ରାକୃତିକ ହ୍ରାସ ଘଟିଥାଏ, ଯାହା ଦ୍ୱାରା ଆଣ୍ଟିବାୟୋଟିକ ଅଧିକ ଗୁରୁତର ପ୍ରଭାବ ପକାଇଥାଏ ।