ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ‘ଇନ୍ଦିରା ଗାନ୍ଧୀ’ଙ୍କୁ ମନେ ପକାଇଲେ ଲୋକେ, କଂଗ୍ରେସ କହିଲା- ଇନ୍ଦିରା ଗାନ୍ଧୀ ହେବା ସହଜ ନୁହେଁ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକୀୟ ମଧ୍ୟସ୍ଥତାରେ ଶାନ୍ତି ଘୋଷଣା ହେବା ପରେ କଂଗ୍ରେସ ନେତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଛନ୍ତି। କଂଗ୍ରେସର ଅନେକ ବରିଷ୍ଠ ନେତା ନରେନ୍ଦ୍ର ମୋଦୀଙ୍କୁ ନାମ ନନେଇ ଇନ୍ଦିରା ଗାନ୍ଧୀଙ୍କ ତୁଳନାରେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଇନ୍ଦିରା ଗାନ୍ଧୀ ଟ୍ରେଣ୍ଡ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାଜିତ କରିଥିବା ବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ।
କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଇନ୍ଦିରା ଗାନ୍ଧୀ ହେବା ସହଜ ନୁହେ।” ସେ ସେନାବାହିନୀ ସହ ଇନ୍ଦିରା ଗାନ୍ଧୀଙ୍କ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି। ଆଉ ଏକ ପୋଷ୍ଟରେ ଶ୍ରୀନେତ ଲେଖିଛନ୍ତି, “ଆମେରିକାର ଆଖିରେ ଆଖି ମିଶାଇ ପାକିସ୍ତାନକୁ ଦୁଇ ଖଣ୍ଡ କରି ବିଶ୍ୱର ଭୂଗୋଳ ବଦଳାଇ ଦେଇଥିଲେ, ଏମିତି ଥିଲେ ଇନ୍ଦିରା ଗାନ୍ଧୀ।”
କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଏମିତି କେହି ଇନ୍ଦିରା ଗାନ୍ଧୀ ହୋଇପାରେ ନାହିଁ।”
यूँ ही कोई इंदिरा गांधी नहीं बन जाता। pic.twitter.com/wZmS8B3Irb
— Surendra Rajput (@ssrajputINC) May 10, 2025
ବିହାର କଂଗ୍ରେସ ଏକ୍ସରେ ପୋଷ୍ଟ କରି ଲେଖିଛି, “ଇନ୍ଦିରା ଗାନ୍ଧୀ କହିଥିଲେ ହିନ୍ଦୁସ୍ତାନ କାହାଠାରୁ ଡରେ ନାହିଁ।”
इंदिरा गांधी होना आसान नहीं pic.twitter.com/lerjJq8w5U
— Supriya Shrinate (@SupriyaShrinate) May 10, 2025
କଂଗ୍ରେସ ନେତା ଭୂପେଶ ବଘେଲ ଏକ୍ସରେ ଲେଖିଛନ୍ତି, “ଯେପର୍ଯ୍ୟନ୍ତ ଭାଙ୍ଗିବା ନାହିଁ, ସେପର୍ଯ୍ୟନ୍ତ ଛାଡ଼ିବୁ ନାହିଁ। ଇନ୍ଦିରା ଗାନ୍ଧୀ ଅମର ରହିବେ।”
India misses Indira. pic.twitter.com/TUluFLh1Hj
— Pawan Khera 🇮🇳 (@Pawankhera) May 10, 2025
କଂଗ୍ରେସ ନେତା ପବନ ଖେଡ଼ା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଇଣ୍ଡିଆ ମିସ୍ ଇନ୍ଦିରା।”
भारत इस क्षण इंदिरा गांधी को याद कर रहा है। pic.twitter.com/AQz03xhOnI
— Mohit Bharat (@MohitBharatYBP) May 10, 2025
ଲୋକଙ୍କ ପ୍ରତିକ୍ରିୟା
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଲାଗୁ ହେବା ପରେ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଛନ୍ତି। ଜଣେ ବ୍ୟବହାରକାରୀ ଏକ୍ସରେ ଲେଖିଛନ୍ତି, “ଏହି ମୁହୂର୍ତ୍ତରେ ଭାରତ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି।”
ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଆଜି ଇନ୍ଦିରା ଗାନ୍ଧୀ ଟ୍ରେଣ୍ଡରେ ରହିବେ! ପାକିସ୍ତାନକୁ ଆତ୍ମସମର୍ପଣ କରାଇଥିବା ମହିଳା! ଆଇରନ ଲେଡି ଇନ୍ଦିରା ଗାନ୍ଧୀ।” ଏକ୍ସରେ ଜଣେ ୟୁଜର ଲେଖିଛନ୍ତି, “ଇନ୍ଦିରା ହେବା ସହଜ ନୁହେ।” ଅନ୍ୟ ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ଇନ୍ଦିରା ଗାନ୍ଧୀ ଯୁଦ୍ଧ ମଧ୍ୟ ଜିତିଥିଲେ ଏବଂ ସମ୍ମାନ ମଧ୍ୟ।”
ଜଣେ ବ୍ୟବହାରକାରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ନିର୍ବାଚନ ଲଢ଼ିବା ଓ ଯୁଦ୍ଧ ଲଢ଼ିବାରେ ତଫାତ ଅଛି। କେହି ଏମିତି ଇନ୍ଦିରା ଗାନ୍ଧୀ ହୋଇପାରେ ନାହିଁ।” ଆଉ ଜଣେ ବ୍ୟବହାରକାରୀ ଏକ୍ସରେ ଲେଖିଛନ୍ତି, “ନା ଗୋଦୀ ମିଡିଆ ଥିଲା, ନା ସୋସିଆଲ ମିଡିଆ… ନା ହିଁ କୋଟି କୋଟି ଟଙ୍କାର ପେଡ୍ ପ୍ରୋପାଗାଣ୍ଡା! ତଥାପି ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଭାଙ୍ଗି ବାଂଲାଦେଶ ଗଢ଼ିଥିଲେ! ଏହା ଥିଲା ପ୍ରକୃତ ନେତୃତ୍ୱ, ପ୍ରକୃତ ବାଘୁଣୀ!”
ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଆଇରନ ଲେଡି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସେହି ପ୍ରଧାନମନ୍ତ୍ରୀ ଥିଲେ ଯିଏ ଆମେରିକାର ଯୁଦ୍ଧ ଘୋଷଣା ପରେ ମଧ୍ୟ ପାକିସ୍ତାନକୁ ଦୁଇ ଖଣ୍ଡ କରି ଦେଇଥିଲେ। ତାଙ୍କ ପରି ଆଉ କେହି ହୋଇପାରିବେ ନାହିଁ।”