fbpx

ଓଡ଼ିଶା ଭାସ୍କରର ମହାପ୍ରଭାଵ: ଖବର ବାଜିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସିଲା କଲ୍, ଏବେ ସମସ୍ତେ ସହାୟତର ହାତ ବଢାଉଛନ୍ତି

ବାଲେଶ୍ୱର: ଏ ହେଉଛନ୍ତି ସେହି ସୁଭଦ୍ରା ଯିଏ ଛୋଟ ଜାତି ପାଇଁ ତିରସ୍କାରର ଶିକାର ହୋଇଥିଲେ । ଯିଏ ତାଙ୍କ ଜାତିକୁ ନେଇ ଅପମାନିତ ହେଉଥିଲେ । ଲୋକେ ତାଙ୍କୁ ଘର ପିଣ୍ଡାରେ ଚଢ଼ିବା ପାଇଁ ମଧ୍ୟ ଦେଉନଥିଲେ । ଆଉ ଏବେ ତାଙ୍କର ଖବର ଭାସ୍କର ନ୍ୟୁଜରେ ବାଜିବା ପରେ ତାଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଯାଇଛି । ତାଙ୍କୁ ସରାକର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁଥିପାଇଁ ସେ ଭାସ୍କର ନ୍ୟୁଜ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କି ମୋର ଖବର ପ୍ରଥମେ ଭାସ୍କର ନ୍ୟୁଜ ବଜାଇଥିବାରୁ ଏବେ ମୋ ପାଖକୁ ଚାରିଆଡ଼ୁ ସହାୟତା ପାଇଁ ଲୋକେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ କଲ ଆସିଛି ।

ଆମ ପ୍ରତିନିଧି ପ୍ରଥମେ ସୁଭଦ୍ରାଙ୍କ ଖବର ପାଇ ତାଙ୍କ ପାଖରେ ଯାଇ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଜଣାପଡ଼ିଥିଲା କି ସେ କେମିତି ଜାତି ପ୍ରଥାକୁ ନେଇ ଶିକାର ହେଉଛନ୍ତି । ଲୋକେ ତାଙ୍କ ଜାତିକୁ ନେଇ କେମିତି ତାଙ୍କୁ ବ୍ୟବହାର କରୁଛନ୍ତି । ଯାହାକୁ ଶୁଣିବା ପରେ ଆମ ପ୍ରତିନିଧି ଏଭଳି ଖବର ସଂଗ୍ରହ କରିବାରୁ ନିଜକୁ ଅଟକାଇ ପାରିନଥିଲେ । ଖବର ବାଜିବା ପରେ ସୁଭଦ୍ରାଙ୍କ ପାଖକୁ ଛୁଟିଛି ସହାୟତାର ହାତ ।

Get real time updates directly on you device, subscribe now.