fbpx

ପ୍ରାୟ ୨୦୦ରୁ ଅଧିକ ଥର ସାପ କାମୁଡିଥିଲେ ମଧ୍ୟ ଜୀବିତ ଅଛନ୍ତି ଏହି ବ୍ୟକ୍ତି!

Advertisement

ଯଦି କାହାକୁ ସାପ କାମୁଡେ, ତେବେ ଘଣ୍ଟାଏ ମଧ୍ୟରେ ଶରୀରରୁ ବିଷ ବାହାର ନକଲେ, ତା’ର ମୃତ୍ୟୁ ସୁନିଶ୍ଚିତ । ନଚେତ୍ ବ୍ୟକ୍ତି ଜଣଙ୍କ କୋମାର ମଧ୍ୟ ଶିକାର ହୋଇଯାଇପାରନ୍ତି । ମାତ୍ର ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହାଙ୍କୁ ପ୍ରାୟ ୨୦୦ରୁ ଅଧିକ ଥର ବିଷଧର ସାପ କାମୁଡିବା ସତ୍ୱେ ସେ ଏବେ ମଧ୍ୟ ସାଧାରଣ ଲୋକଙ୍କ ଭଳି ବଞ୍ଚିଛନ୍ତି । ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି, କଥାଟା ଗପ ନୁହେଁ, ସମ୍ପୂର୍ଣ୍ଣ ସତ ।

ଆମେରିକାର ଉଇକ୍ସିନ୍ସିନରେ ରହନ୍ତି ୫୩ ବର୍ଷୀୟ ଟିମ୍ ଫ୍ରିଡେ । ସେ ନିଜ ଘରେ ଭିନ୍ନ ଭିନ୍ନ ପ୍ରକାରର ବିଷଧର ସାପକୁ ପୋଷିଛନ୍ତି । ତାଙ୍କୁ ଥରକେ ଗୋଟିଏ ସାପ କାମୁଡିଲେ ମଧ୍ୟ ତାଙ୍କର କୌଣସି କ୍ଷତି ହୋଇନଥାଏ । ମାତ୍ର ୨୦୦୧ ମସିହାରେ ତାଙ୍କୁ ବିଷଧର କୋବ୍ରା ସାପ କାମୁଡି ଦେଇଥିଲା, ଯେଉଁ କାରଣରୁ ତାଙ୍କୁ ମୃତ୍ୟୁ ସହ ସଂଘର୍ଷ କରିବାକୁ ପଡିଥିଲା ।

ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲକୁ ଏକ ଇଣ୍ଟଭ୍ୟୁରେ ସେ କହିଛନ୍ତି, ମୋତେ ଥରକେ ଗୋଟିଏ ସାପ କାମୁଡିଲେ କୌଣସି ଫରକ ପଡେନାହିଁ । ମାତ୍ର ୨୦୦୧ ମସିହାରେ ଥରେ ୨ଟି ଏକାଥରକେ ବିଷଧର ସାପ କାମୁଡିଦେଇଥିଲା । ଯାହାଫଳରେ ମୋତେ ହସ୍ପିଟାଲ ଯିବାକୁ ପଡିଥିଲା । ଏହି କାରଣରୁ ମୋତେ ୪ଦିନ ପର୍ଯ୍ୟନ୍ତ କୋମାରେ ରହିବାକୁ ପଡିଥିଲା । ଏହାପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଁ ସାପମାନଙ୍କ ସହ କାମ କରିବା ଆରମ୍ଭ କରିଦେଇଥିଲି । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସାପମାନେ ତାଙ୍କୁ କାମୁଡନ୍ତି, ତାଙ୍କୁ ଏକାଥରକେ ୧୦୦ ମହୁମାଛି କାମୁଡିଲା ସଦୃଶ ଅନୁଭୂତ ହୁଏ । ମାତ୍ର ମୋ ଶରୀର ଉପରେ ସେଭଳି କୌଣସି ପ୍ରଭାବ ପଡେ ନାହିଁ । ସୂଚନାଥାଉକି, ବର୍ତ୍ତମାନ୍ ଟିମ୍ କାର୍ଲିଫର୍ଣ୍ଣିଆ ଭ୍ୟାକ୍ସିନେସନ୍ ରିସର୍ଚ୍ଚ କମ୍ପାନୀର ସେଣ୍ଟିଭ୍ୟାକ୍ସର ଡାଇରେକ୍ଟର ଅଫ୍ ହରପେଟେଲୋଜିର ମୁଖ୍ୟ ଭାବେ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ୨୦୦ରୁ ଅଧିକ ବିଷଧର ସାପ କାମୁଡି ସାରିଥିବା ସେ ନିଜେ କହିଛନ୍ତି ।

ଡବ୍ଲୁଏଚଓର ଏକ ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପ୍ରାୟ ୫୪ ଲକ୍ଷ ଲୋକ ସାପ କାମୁଡିବାର ଶିକାର ହେଉଛନ୍ତି । ସେଥିରୁ ପ୍ରାୟ ୮୧,୦୦୦ ରୁ ୧,୩୮,୦୦୦ ଲୋକ ମୃତ୍ୟୁ ହେଉଥିବା ଜଣାପଡିଛି ।

 

Get real time updates directly on you device, subscribe now.