fbpx

ପୁଣି ଟ୍ରୋଲ୍ ହେଲେ ସବ୍ୟସାଚୀ, ‘Unhappy’ ମଡେଲଙ୍କୁ ନେଇ ଏପରି କହିଲେ ୟୁଜର୍ସ

ନୂଆଦିଲ୍ଲୀ: ସେଲିବ୍ରିଟି ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚ୍ଚୀ ମୁଖାର୍ଜୀ ମଙ୍ଗଳସୁତ୍ର ବିଜ୍ଞାପନ ପରେ ପୁଣି ଗହଣା ବିଜ୍ଞାପନକୁ ନେଇ ଖୁବ୍ ଟ୍ରୋଲ୍ ର ଶିକାର ହୋଇଛନ୍ତି । ସେ ନିଜର ନୂତନ ଭାବରେ ଲଞ୍ଚ କରିଥିବା ଫାଇନ୍ ଜ୍ୱେଲେରୀ ବିଜ୍ଞାପନକୁ ଟ୍ରୋଲର ଶିକାର ହୋଇଛନ୍ତି । ଏହି ବିଜ୍ଞାପନରେ ତିନି ଜଣ ମଡେଲ୍ ଙ୍କୁ ଦେଖିବାକୁ ମିଳିଛି । ଏଥିରେ ୟୁଜର୍ସ ମାନେ ମଡେଲ୍ ମାନଙ୍କ ମୁହଁର ଏକ୍ସପ୍ରେସନ୍ କୁ ନେଇ ଖୁବ୍ ଟ୍ରୋଲ୍ କରିଛନ୍ତି ।

ତେବେ ଯଦି ବିଜ୍ଞାପନ ସମ୍ପର୍କରେ କହିବା ତେବେ ଏଥିରେ ୨୦୨୧ର ଫାଇନ୍ ଗହଣାକୁ ଦର୍ଶାଯାଇଛି । ଏସବୁ ହେଉଛଇ ସବ୍ୟସାଚୀଙ୍କ ୱଣ୍ଟର୍ କଲେକ୍ସନ୍ । ଏହି ଗହଣାରେ ନାନା ପ୍ରକାରର ଷ୍ଟୋନ୍ ବ୍ୟବହାର କରାଯାଇଛି । ଗହଣା ସବୁକୁ ସବ୍ୟସାଚୀ ଖୁବ୍ ସୁନ୍ଦର ଭାବରେ ଡିଜାଇନ୍ କରିଛନ୍ତି । ଅନକଟ୍ ଓ କଟ୍ ଡାଇମଣ୍ଡ୍, ଓପଲ୍, ମୋତୀ, ଆକ୍ୱାମରୀମ୍ ଓ କଲର୍ଡ ଷ୍ଟୋନ୍ କୁ ବ୍ୟବହାର କରି ଗହଣା ସବୁକୁ ଡିଜାଇନ୍ କରାଯାଇଛି । ଏହାକୁ ସବ୍ୟସାଚୀ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍ କରାଯାଇଛି ।

 

View this post on Instagram

 

A post shared by Sabyasachi (@sabyasachiofficial)

ତେବେ ଏହି ପୋଷ୍ଟରେ ୟୁଜର୍ ମାନଙ୍କୁ ମଡେଲ୍ ମାନଙ୍କ ଫେସିଆଲ୍ ଏକ୍ସପ୍ରେସନ୍ ଆଦୌ ପସନ୍ଦ ଆସିନାହିଁ । ଯେଉଁଭଳି ଭାବରେ ସେମାନେ ଗହଣାକୁ ପ୍ରଦର୍ଶିତ କରୁଛନ୍ତି ତାକୁ ଦେଖି ୟୁଜର୍ ମାନେ କହିଛନ୍ତି ଯେ, ମଡେଲ୍ ମାନେ କାହିଁକି ଏତେ ସିରିୟସ୍ ଅଛନ୍ତି ।

 

Get real time updates directly on you device, subscribe now.