ବୟସର ପାର୍ଥକ୍ୟ ନା ହୃଦୟର ସମ୍ପର୍କ? ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଜରୁରୀ କି ଜାଣନ୍ତୁ

ବିବାହ ସମୟରେ ସ୍ବାମୀ ସ୍ତ୍ରୀ ଭିତରେ ବୟସ ଅନ୍ତର କେତେ ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସମ୍ପର୍କର ମୂଳଦୁଆ କେବଳ ପ୍ରେମ ଏବଂ ବିଶ୍ୱାସ ଉପରେ ଆଧାରିତ ନୁହେଁ, ବରଂ ବୁଝାମଣା, ସମ୍ମାନ ଏବଂ ସମନ୍ୱୟ ଉପରେ ମଧ୍ୟ ଆଧାରିତ । କିନ୍ତୁ ଯେତେବେଳେ ବିବାହ କଥା ଆସେ, ସମାଜରେ ପ୍ରାୟତଃ ଏକ ପ୍ରଶ୍ନ ଉଠେ ଯେ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ହେବା ଉଚିତ୍?

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କଠାରୁ ବୟସରେ ବଡ଼ ହେବା ଉଚିତ, ଯେତେବେଳେ କେତେକ ଏହି ଚିନ୍ତାଧାରାକୁ ପୁରୁଣା ଏବଂ ଅନାବଶ୍ୟକ ବୋଲି ଭାବନ୍ତି । ଆଜିର ସମୟରେ ଯେତେବେଳେ ସମ୍ପର୍କର ପରିଭାଷା ବଦଳୁଛି, ବୟସର ପାର୍ଥକ୍ୟ ପ୍ରକୃତରେ ସମ୍ପର୍କକୁ ମଜବୁତ କରେ କି ଏହା ବହୁତ ପାର୍ଥକ୍ୟ ସୃଷ୍ଟି କରେ ନାହିଁ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ।

କଣ କୁହେ ପରମ୍ପରା- ଭାରତୀୟ ସମାଜରେ ଏକ ବହୁ ଦିନ ଧରି ପରମ୍ପରା ରହିଆସିଛି ଯେ ସ୍ୱାମୀ ପତ୍ନୀଙ୍କଠାରୁ କିଛି ବର୍ଷ ବଡ଼ ହେବା ଉଚିତ । ଏହା ପଛରେ ଦିଆଯାଇଥିବା ଯୁକ୍ତି ହେଉଛି ଯେ ଜଣେ ପୁରୁଷ ଅଧିକ ପରିପକ୍ୱ ଏବଂ ପାରିବାରିକ ଦାୟିତ୍ୱକୁ ଭଲ ଭାବରେ ପରିଚାଳନା କରିପାରିବେ ।

ମାନସିକ ସୁସଙ୍ଗତତା ଗୁରୁତ୍ୱପୂର୍ଣ୍ଣ- ବୟସ ଅପେକ୍ଷା ମାନସିକ ସ୍ତରର ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅନେକ ଦମ୍ପତି ଅଛନ୍ତି ଯେଉଁମାନଙ୍କର ବୟସ ପାର୍ଥକ୍ୟ 6-7 ବର୍ଷ କିମ୍ବା ତା’ଠାରୁ ଅଧିକ, ତଥାପି ସେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରନ୍ତି । କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ନଗଣ୍ୟ, କିନ୍ତୁ ସେମାନଙ୍କର ଚିନ୍ତାଧାରା ମେଳ ଖାଉ ନାହିଁ ।

କଣ ଫରକ ପଡେ ସଂଖ୍ୟା- ଏବେ ସମୟ ବଦଳୁଛି । ଆଜି ଆମେ ଏପରି ଅନେକ ଦମ୍ପତି ଦେଖିପାରୁଛୁ ଯେଉଁଠାରେ ସ୍ତ୍ରୀ ବୟସରେ ବଡ଼ ଏବଂ ସ୍ୱାମୀ ବୟସରେ ସା ନ। ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ୍ ଭଳି ଅନେକ ସେଲିବ୍ରିଟି ଦମ୍ପତି ଏହି ଧାରଣାକୁ ଭାଙ୍ଗି ଦେଇଛନ୍ତି ଯେ ଯଦି ପ୍ରେମ ସତ୍ୟ, ତେବେ ବୟସ କେବଳ ଏକ ସଂଖ୍ୟା।