fbpx

‘ଅଗ୍ନିପଥ’ ଯୋଜନାର ଶୁଭାରମ୍ଭ: ୪ ବର୍ଷ ପାଇଁ ସେନାରେ ମିଳିବ ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ୟାକେଜ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ‘ଅଗ୍ନିପଥ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ୩ ସେନାର ମୁଖ୍ୟଙ୍କ ଉପସ୍ଥିତରେ ନୂଆ ଯୋଜନାର ଶୁଭାରମ୍ଭ ଘୋଷଣା ହୋଇଛି । ‘ଅଗ୍ନିପଥ ନିଯୁକ୍ତି ଯୋଜନା’ ଅଧିନରେ ୪ ବର୍ଷ ପାଇଁ ଯୁବପିଢ଼ିଙ୍କୁ ୩ ସେନାରେ ଚାକିରି କରିବାର ସୁଯୋଗ ମିଳିବ । ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ଅଗ୍ନିପଥ ଯୋଜନା ସୁଯୋଗ ଦେବ ।

ତେବେ ନିଯୁକ୍ତି ଚାହୁଁଥିବା ଯୁବ ବର୍ଗଙ୍କୁ ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳିବ । ଯୋଜନାରେ ପ୍ରାୟ ୪୫ ହଜାର ଯୁବ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବ । ୪ ବର୍ଷ ନିଯୁକ୍ତି କାଳ ମଧ୍ୟରେ ପ୍ରଥମେ ୩ ମାସ ଟ୍ରେନିଂ ଦିଆଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଏହା ଅଧୀନରେ କେବଳ ୪ ବର୍ଷ ପାଇଁ ସୈନିକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ଏବଂ ଏହି ସୈନିକମାନଙ୍କୁ ଅଗ୍ନିବୀର କୁହାଯିବ । ଏହି ସୈନିକମାନଙ୍କୁ ୯ ମାସ ପରିବର୍ତ୍ତେ ମାତ୍ର ୬ ମାସର ଟ୍ରେନିଂ ଦିଆଯିବ ଓ ଏହା ପରେ ସେମାନେ ସାଢ଼େ ତିନି ବର୍ଷ ପାଇଁ ସେନାରେ କାମ କରିବେ ଅର୍ଥାତ୍ ନିଯୁକ୍ତି ଠାରୁ ଅବସର ପର୍ଯ୍ୟନ୍ତ ୪ ବର୍ଷ ପର୍ଯ୍ୟନ୍ତ ଚାକିରି କରିବେ ।

ସର୍ଭିସ ସମୟରେ, ଏହି ସୈନିକମାନେ ମାସିକ ପ୍ରାୟ ୩୦,୦୦୦ ଟଙ୍କା ଦରମା ପାଇବେ, ଯାହା ସୈନିକମାନଙ୍କୁ ଦିଆଯାଇଥିବା ଦରମାଠାରୁ ଅଧିକ । ସର୍ଭିସ ସମୟରେ ପ୍ରତି ମାସରେ ସୈନିକଙ୍କ ଦରମାର ଏକ ଅଂଶ କଟାଯାଇ ଜମା ରାଶିରେ ରଖାଯିବ । ସରକାର ମଧ୍ୟ ସେତିକି ଟଙ୍କା ସୈନିକଙ୍କ ଆକାଉଣ୍ଟରେ ଜାମ କରିବେ । ଏହି ରାଶି ୧୦-୧୧ ଲକ୍ଷ ଟଙ୍କା ହେବ, ଯାହାକୁ ଅବସର ସମୟରେ ଦିଆଯିବ ।

ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ଯଦି ଅଗ୍ନିବୀର ସେବା ସମୟରେ ସର୍ବୋଚ୍ଚ ବଳିଦାନ ଦିଅନ୍ତି ତେବେ ତାଙ୍କ ପରିବାରକୁ କୋଟିଏ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଅକ୍ଷମତା କ୍ଷେତ୍ରରେ ୪୮ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

 

Get real time updates directly on you device, subscribe now.