fbpx

୫ ବର୍ଷ ପୂର୍ବରୁ ସ୍ତନ କର୍କଟ ଚିହ୍ନଟ କରିବ AI, ଜାଣନ୍ତୁ କିପରି କାର୍ଯ୍ୟ କରିଥାଏ ଏହି ନୂତନ ଟେକନିକ୍ ?

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଦେଶ ବିଦେଶରେ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଗବେଷଣା, ମେଡିକାଲ, ଡିଫେନ୍ସ ଇତ୍ୟାଦି କ୍ଷେତ୍ରରେ AI ବ୍ୟବହାର କରାଯାଉଛି । ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ AI ମାଧ୍ୟମରେ ୫ ବର୍ଷ ପୂର୍ବରୁ ସ୍ତନ କର୍କଟକୁ ଚିହ୍ନଟ କରାଯାଇପାରିବ । ଭାରତରେ ସ୍ତନ କର୍କଟ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଥିବା ବେଳେ ଏହି ଖବର ଆଶ୍ୱସ୍ତି ପ୍ରଦାନ କରିଛି ।

AI ମାଧ୍ୟମରେ କିପରି ଚିହ୍ନଟ ହୋଇଥାଏ ସ୍ତନ କର୍କଟ ?

ଆମେରିକାରMassachusetts Institute of Technologyର ଗବେଷକମାନେ ଏକ AI ସଲୁ୍ୟସନ୍ ପ୍ରସ୍ତୁତ କରିଛନ୍ତି । ଏହାର ନାଁ ‘ମିରାଇ’(Mirai) ରଖାଯାଇଛି । ଏହା ଏକ ଜଟିଳ ନୁ୍ୟରାଲ ନେଟୱାର୍କ ଯାହା ChatGPT ଭଳି ପ୍ରସ୍ତୁତ କରାଯାଇଛି । ଏହା ୧ରୁ ୫ ବର୍ଷ ପୂର୍ବରୁ ସ୍ତନ କର୍କଟକୁ ଚିହ୍ନଟ କରିପାରିବ ।

ଡାକ୍ତର ମନନ ଭୋରା(Dr. Manan Vora) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଜାରି କରି କହିଛନ୍ତି, ‘ବର୍ତ୍ତମାନ AI ମଡେଲ ମାଧ୍ୟମରେ ସ୍ତନ କର୍କଟ ବିକଶିତ ହେବାର ୫ ବର୍ଷ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିବ । ଏବେ ମାମୋଗ୍ରାଫି ମାଧ୍ୟମରେ ସ୍ତନ କର୍କଟ ଚିହ୍ନଟ କରିବା ସବୁଠରୁ ପ୍ରଭାବଶାଳୀ ଉପାୟ । କିନ୍ତୁ ଏଥିରେ ୨୦% ସମୟ ମିସ୍ ହୋଇଯାଇଥାଏ ଯେଉଁଥିପାଇଁ ଲାଷ୍ଟ ଷ୍ଟେଜରେ ସ୍ତନ କର୍କଟ ଚିହ୍ନଟ ହୋଇଥାଏ । ’

କିପରି କାର୍ଯ୍ୟ କରିଥାଏ Mirai ଟେକ୍ନୋଲୋଜି ?

ସାଧାରଣତଃ ମାମୋଗ୍ରାଫକୁ ମାନବ ଟେକ୍ନିସିଆନ କିମ୍ବା ଡାକ୍ତର ବ୍ୟବହାର କରିଥାନ୍ତି । କିନ୍ତୁ Mirai ଇମେଜ୍ ଏନକୋଡରକୁ ଏନାଲାଇଡ୍ କରିଥାଏ ଯଦ୍ୱାରା AI ଏହାକୁ ପଢ଼ିପାରେ । ଏହା ଦୁଇଟି ସ୍ତନର ପାର୍ଥକ୍ୟକୁ ଦେଖିବା ସହ ଅନ୍ୟାନ୍ୟ ପାରମ୍ପରିକ କାରଣଗୁଡ଼ିକୁ ମଧ୍ୟ ବିଶ୍ଲେଷଣ କରିଥାଏ । ଏହି ସୂଚନା ମାଧ୍ୟମରେ ଆଗାମୀ ୫ ବର୍ଷ ପାଇଁ ରୋଗୀର ସ୍ତନ କର୍କଟ ହେବାର ଆଶଙ୍କା ଚିହ୍ନଟ କରିଥାଏ ।

 

View this post on Instagram

 

A post shared by Dr. Manan Vora (@dr.mananvora)

Get real time updates directly on you device, subscribe now.