fbpx

୭୫ ଜଣ ନୂଆ ନେତାଙ୍କୁ ଦାୟିତ୍ୱ ଦେଲା କଂଗ୍ରେସ: ଓଡ଼ିଶା ସମେତ ୨୫ଟି ରାଜ୍ୟରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସମେତ ଦେଶର ୨୫ଟି ରାଜ୍ୟ ପାଇଁ କଂଗ୍ରେସ ଅନେକ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ସଂଗଠନରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବତନ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ଅବଦାନକୁ ପ୍ରଶଂସା କରିବା ସହ ନୂଆ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅନେକ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ବିହାର ପାଇଁ ୩ ଜଣ ସମ୍ପାଦକ, ଛତିଶଗଡ଼ ପାଇ ଁ୨ ଜଣ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକ, ଗୋଆ ପାଇଁ ଜଣେ ସମ୍ପାଦକ, ଗୁଜରାଟ ପାଇଁ ୪ ଜଣ ସମ୍ପାଦକ, ହରିୟାଣା ପାଇଁ ୨ ଜଣ ସମ୍ପାଦକ, ଝାଡ଼ଖଣ୍ଡ ପାଇଁ ୨ ଜଣ ସମ୍ପାଦକ, କର୍ଣ୍ଣାଟକ ପାଇଁ ୪ ଜଣ ସମ୍ପାଦକ, ମଧ୍ୟପ୍ରଦେଶ ପାଇଁ ୩ ଜଣ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକ, ମହାରାଷ୍ଟ୍ର ପାଇଁ ୪ ଜଣ ସମ୍ପାଦକ, ଓଡ଼ିଶା ପାଇଁ ୨ ଜଣ ସମ୍ପାଦକ, ରାଜସ୍ଥାନ ପାଇଁ ୪ ଜଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ସେହିପରି ଦଳର ସଂଗଠନ, ପ୍ରଶାସନ, କୋଷାଧ୍ୟକ୍ଷ, ମିଡ଼ିଆ, ଦଳ ସଭାପତିଙ୍କ କାର୍ଯ୍ୟାଳୟ, ବୈଦେଶିକ ବ୍ୟାପାରରେ ମଧ୍ୟ ନୂଆ ନେତାଙ୍କୁ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.