fbpx

ଲ୍ୟାବ ଟେଷ୍ଟରେ ‘Eliminated’ ହେଲା Aids Virus: ଏମିତି ଦାବି କରୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: HIV ସଂକ୍ରମଣ ଏବଂ ଏହାର ଲ୍ୟାବ ଟେଷ୍ଟକୁ ନେଇ ଏବେ ଏକ ବଡ଼ ଅପଡେଟ ସାମନକୁ ଆସିଛି । ଆମଷ୍ଟରଡମ୍ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ବିଶଷଜ୍ଞ ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ଲ୍ୟାବ ଏକ୍ସପେରିମେଣ୍ଟ ସମୟରେ ସେମାନେ ସଂକ୍ରମିତ କୋଷିକାଗୁଡ଼ିକୁ ସହ ସମାପ୍ତ କରିବାରେ ସଫଳତା ହାସଲ କରିଛନ୍ତି । Crispr ପ୍ରସେସକୁ ବ୍ୟବହାର କରି ସେମାନେ ଏଥିରେ ସଫଳ ହୋଇଥିବା ଜାଣିବାକୁ ମିଳିଛି । ଏହା କଇଁଚି ଭଳି କାମ କରିଥାଏ । ଅର୍ଥାତ୍ ଡିଏନଏ ଷ୍ଟ୍ରାଣ୍ଡକୁ କାଟିବା ପାଇଁ ବିଶେଷ ଏନଜାଇମକୁ ବ୍ୟବହାର କରିଥାଏ ଏହି Crispr।

ତେବେ ଏହି ଅଧ୍ୟନର ଲେଖିକା ଡା. ଏଲିନା ହେରେରା କହିଛନ୍ତି ଯେ, ଏହି ଟେକନୋଲୋଜି ଭାଇରସକୁ ଚିହ୍ନଟ କରିବା ସହ ଏହାକୁ ନଷ୍ଟ କରିବାରେ ସଫଳ ହୋଇପାରେ । ତେବେ ବର୍ତ୍ତମାନ ଏଥିପାଇଁ ଏକ ଚିକିତ୍ସା ରହିଥିବା ନେଇ ଘୋଷଣା କରିବା ସମ୍ପୂର୍ଣ୍ଣ ଭୁଲ ହେବ । କିନ୍ତୁ ଏହାର ଫଳାଫଳ ଏବଂ ନିଷ୍କର୍ଷ ଖୁବ ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି । ଏହି ଭାଇରସରେ ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ବ୍ରିଟିଶ ଲୋକମାନଙ୍କ ଦେହରେ ଖୁବ କମ୍ ପରିମାଣରେ ରହିଥାଏ । ଯାହା ଫଳରେ ଏହା ସହଜରେ ରକ୍ତରେ ଚିହ୍ନଟ ହୋଇପାରେ ନାହିଁ କିମ୍ବା ପ୍ରସାରିତ ହୋଇପାରେ ନାହିଁ । ତେବେ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଔଷଧ ନେବାର ଆବଶ୍ୟକତା ରହିଛି । ଏହାପରେ ମଧ୍ୟ ନିଜ ରୋଗ ବିଷୟରେ ଜାଣି ନଥିବା ବ୍ୟକ୍ତି ଏବଂ ଉତ୍ତମ ଚିକିତ୍ସା ସେବା ନଥିବା ଦେଶରେ ବା ଅବିକଶିତ ଦେଶରେ ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦଜନକ ହୋଇପାରେ ।

ରୋଗୀର ଜିନରେ ନିଜକୁ ଏମ୍ବେଡ୍ କରିବା ପରେ ଏଚ.ଆଇ.ଭି ଭାଇରସର ଛୋଟ କମ୍ପାର୍ଟମେଣ୍ଟଗୁଡିକ ଅଜ୍ଞାତରେ ଲୁଚି ରହିପାରନ୍ତି । ଯାହା ଏଚ.ଆଇ.ଭି.କୁ ଆରୋଗ୍ୟ କରିବା ଏତେ କଷ୍ଟସାଧ୍ୟ ହେବାର ମୁଖ୍ୟ କାରଣ ପାଲଟିଛି । ତେବେ ଆମର ପରବର୍ତ୍ତୀ କାର୍ୟ୍ୟ ହେଉଛି ବିତରଣ ମାର୍ଗକୁ ଅପ୍ଟିମାଇଜ୍ କରିବା ସହ ଏଚ୍.ଆଇ.ଭି ଭଣ୍ଡାର କୋଷଗୁଡ଼ିକୁ ଟାର୍ଗେଟ୍ କରିବା ଆମର ପ୍ରଥମ ଲକ୍ଷ୍ୟ । ସୁରକ୍ଷା ଏବଂ କାର୍ୟ୍ୟକାରିତା ମଧ୍ୟରେ ସନ୍ତୁଳନ ଆଦର୍ଶକୁ ନଷ୍ଟ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଡା. ହେରେରା-କ୍ୟାରିଲୋ ।

ବର୍ତ୍ତମାନ ହେରେରା-କ୍ୟାରିଲୋଙ୍କ ଦ୍ୱାରା ବ୍ୟବହାର ହେଉଥିବା ଏହି ଟେକନୋଲୋଜି ଖୁବ ଅଧିକ ଏବଂ ଏହା ଜୀବିତ ଶରୀରରେ ସେଲ ଗୁଡ଼ିକୁ କ୍ଷତି ମଧ୍ୟ ପହଞ୍ଚାଇପାରେ । ଅନୁସନ୍ଧାନକାରୀମାନେ ପୂର୍ବାନୁମାନ କରିଛନ୍ତି ଯେ Crispr ଜିନ୍ ଏଡିଟିଂ ଶେଷରେ କର୍କଟ, ଡିମେନ୍ସିଆ, ଅନ୍ଧତା ଏବଂ ବଂଶଗତ ରୋଗର ଚିକିତ୍ସା କରିବାରେ ସକ୍ଷମ ହୋଇପାରେ, ।

Get real time updates directly on you device, subscribe now.