fbpx
BJD SKY
BJD SKY

ଏପ୍ରିଲ ୧୬ରୁ ପ୍ରତି ଶନିବାର ଓ ରବିବାର ଖୋଲିବ ଏମ୍ସ ଓପିଡି ଖୋଲା, ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଚାଲିବ ଚିକିତ୍ସା

BJD

ବାଲେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ । ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଉକ୍ତ ଦୁଇଦିନ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍‌ ସର୍ଜରୀ (ଶଲ୍ୟ ଚିକିତ୍ସା) ଓ ସ୍କିନ୍‌ (ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିତ୍ସା କରିବେ । ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶେଷ ଦୁଇଦିନ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଗତ ୬ ତାରିଖ ଦିନ ଏମ୍ସ ନିର୍ଦ୍ଦେଶକଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ମେଡିକାଲ୍‌ କଲେଜ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା । ପ୍ରତିରକ୍ଷା ବିଭାଗ କଲୋନୀରେ ପୂର୍ବରୁ ଚାଲିଆସିଥିବା ଏହି ଚିକିତ୍ସା କରୋନା ସମୟରେ ବନ୍ଦ ଥିବାରୁ ତାହାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଥିଲା । ତେଣୁ ଏହି ସ୍ୱାସ୍ଥ୍ୟସେବା ଆରମ୍ଭ ହେବାକୁ ଯାଉଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି ।

ସୂଚନାଥାଉ କି, ପ୍ରତିରକ୍ଷା ବିଭାଗର ଏହି ଓପିଡି ସେଣ୍ଟର କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଏଣୁ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ଲାଗି ସେମାନଙ୍କୁ ଦୂରକୁ ଯିବାକୁ ପଡୁଥିଲା । ତେବେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଉପରୋକ୍ତ ନିର୍ଦ୍ଦେଶ ହେତୁ ସ୍ଥାନୀୟ ବାସିନ୍ଦା ବେଶ୍‌ ଉପକୃତ ହେବେ ।

Get real time updates directly on you device, subscribe now.