ଯୁଦ୍ଧ ପାଇଁ ଇସ୍ରାଏଲକୁ ଉଡ଼ିବନି ଭାରତର ଏୟାର ଇଣ୍ଡିଆ ବିମାନ, ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ ମୃତ୍ୟ ହୋଇସାରିଥିବା ବେଳେ ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ।

ଏନେଇ ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, ଇସ୍ରାଏଲର ରାଜଧାନୀ ତେଲ ଆଭିବକୁ ଯାଉଥିବା ବିମାନ ଉଡ଼ାଣ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ସହ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ସେ କହିଛନ୍ତି । ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ ନିଶ୍ଚିତ ବୁକିଂକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖପାତ୍ର କହିଛନ୍ତି । ଅନ୍ୟପଟେ ଏହି ଯୁଦ୍ଧ ପରିସ୍ଥିତି ଭିତରେ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସଚେତନ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।