fbpx

ଗୁରୁବାର ଟାଟାକୁ ହସ୍ତାନ୍ତର ହୋଇପାରେ ଏୟାର୍‌ ଇଣ୍ଡିଆ: ୧୮,୦୦୦ କୋଟିରେ ବିକ୍ରି କରିଥିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍ ): ସାଧାରଣତନ୍ତ୍ର ଦିବସ ପରେ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯିବ ଏୟାର ଇଣ୍ଡିଆ । ସୋମବାର କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଏହି ସପ୍ତାହ ଶେଷ ସୁଦ୍ଧା ଏୟାର ଇଣ୍ଡିଆ ଟାଟା ଗ୍ରୁପକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୮ ରେ ସରକାର ଟାଟା ଗ୍ରୁପ୍‌କୁ ୧୮,୦୦୦ କୋଟିରେ ଏୟାର ଇଣ୍ଡିଆ ବିକ୍ରି କରିଥିଲେ । ଏହା ପରେ, ଅକ୍ଟୋବର ୧୧ ରେ ଟାଟା ଗ୍ରୁପ୍ ପକ୍ଷରୁ ଏକ ଚିଠି ଜାରି କରାଯାଇଥିଲା । ଯାହା ବିମାନ ସେବାରେ ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାରଙ୍କ ଇଚ୍ଛାକୁ ନିଶ୍ଚିତ କରିଥିଲା । ଅକ୍ଟୋବର ୨୫ରେ କେନ୍ଦ୍ର ଏହି ଚୁକ୍ତି ପାଇଁ ସେୟାର କ୍ରୟ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ଡିଲ୍‌ ସମ୍ବନ୍ଧୀୟ ବାକି ଔପଚାରିକତା ଆସନ୍ତା କିଛିଦିନ ମଧ୍ୟରେ ଶେଷ ହେବ । ସୋମବାର ଅଧିକାରୀମାନେ କହିଛନ୍ତି ଏହି ସପ୍ତାହ ଶେଷ ସୁଦ୍ଧା ଟାଟା ଗ୍ରୁକୁ ବିମାନ ହସ୍ତାନ୍ତର କରାଯିବ । ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଏହି ସପ୍ତାହରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଥିବାରୁ ସେମାନେ ଅଧିକ ସମୟ ଦେଇ ଅଫିସରେ କାମ କରୁଛନ୍ତି ।

ଏମିତିକି ସେମାନଙ୍କୁ ଜାନୁଆରୀ ୨୬ ରେ ମଧ୍ୟ କାମ କରିବାକୁ ପଡିବ । ତେବେ ସମସ୍ତ ପକ୍ରିୟା ଶେଷକରି ଗୁରୁବାର ଟାଟା ଗ୍ରୁ କୁ ବିମାନ ହସ୍ତାନ୍ତର ହୋଇପାରେ ବୋଲି ସୂଚନା ମିଳିଛି । ଟାଟା ୧୯୩୨ ରେ ଟାଟା ଏୟାରଲାଇନ୍ସ ପ୍ରତିଷ୍ଠା କରିଥିଲା । ୨୯ ଜୁଲାଇ ୧୯୪୬ ରେ, ଟାଟା ଏୟାରଲାଇନ୍ସର ନାମ ପରିବର୍ତ୍ତନ କରାଯାଇ ଏୟାର ଇଣ୍ଡିଆ ଲିମିଟେଡ୍‌ ରଖାଯାଇଥିଲା । ସ୍ୱାଧୀନତା ପରେ, ୧୯୪୭ ମସିହାରେ, ଏୟାର ଇଣ୍ଡିଆର ଅଂଶଗ୍ରହଣର ୪୯ ପ୍ରତିଶତ ସରକାର ଗ୍ରହଣ କରିଥିଲେ । ଏହା ୧୯୫୩ ରେ ଜାତୀୟକରଣ କରାଯାଇଥିଲା । ତେବେ ଟାଟା ଗ୍ରୁପ୍‌ ୬୮ ବର୍ଷ ପରେ ପୁଣି ନିଜର କମ୍ପାନୀ ଫେରିପାଇଲା ।

Get real time updates directly on you device, subscribe now.