fbpx

ରାଷ୍ଟ୍ରୀୟ ରାଜଧାନୀରେ ଅଧିକ ଦିନ ରହିଲେ ପାଲଟିଯିବେ ମାନସିକ ରୋଗୀ, ରିସର୍ଚ୍ଚରୁ ବଡ ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଏବେ ପ୍ରଦୂଷଣ ଗମ୍ଭୀର ସ୍ତରରେ ପହଞ୍ଚିଛି । ଶୀତରେ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ଆହୁରି ବଢିଯାଇଥାଏ । ତେବେ ଶୀତ, ଗ୍ରୀଷ୍ମ ଓ ବର୍ଷା ପ୍ରାୟ ସମୟରେ ଦିଲ୍ଲୀ ଓ ଏହାର ଆଖପାଖ ସହରରେ ବାୟୁର ଗୁଣବତ୍ତା ପ୍ରାୟ ସମୟରେ ବହୁତ ବିଗିଡି ଯାଇଥାଏ ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଧିକ ବାୟୁ ପ୍ରଦୂଷଣ ଲୋକଙ୍କୁ ମାନସିକ ରୋଗୀ କରି ଦେଇଥାଏ । ଏକ ବ୍ରିଟିଶ ଅଧ୍ୟୟନରେ ଏ ବିଷୟରେ ଖୁଲାସା କରାଯାଇଛି ।

ଏହି ଅଧ୍ୟୟନରୁ ଜଣାପଡିଛି କି ପ୍ରଦୂଷଣ କାରଣରୁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡିଯାଇପାରେ ଓ ଲୋକମାନେ ଡିପ୍ରେସନର ଶିକାର ହୋଇଯାଆନ୍ତି । ଯେଉଁମାନଙ୍କର ପୂର୍ବରୁ ମାନସିକ ରୋଗ ରହିଛି ସେମାନଙ୍କ ଅବସ୍ଥା ପ୍ରଦୂଷଣ କାରଣରୁ ଆହୁରି ଖରାପ ହୋଇଯାଇପାରେ । ଏହି ଲୋକମାନେ ପ୍ରଦୂଷିତ ସ୍ଥାନରେ ରହିବା ଅନୁଚିତ ।

ବ୍ରିଟିଶ ଜର୍ଣ୍ଣାଲ ଅଫ୍ ସାଇକିଆଟ୍ରିରେ ପ୍ରକାଶିତ ଅଧ୍ୟୟନ ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ଦ୍ୱାରା ଦୁଃଶ୍ଚିନ୍ତା ଓ ଡିପ୍ରେସନ କେସ୍ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଆତ୍ମହତ୍ୟା ଘଟଣା ବି ବଢିପାରେ । ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ସ୍ମରଣ ଶକ୍ତି ମଧ୍ୟ ଦୂର୍ବଳ ହୋଇଯାଏ ଓ ଡିମେନସିଆ ରୋଗର ଆଶଙ୍କା ବଢିଯାଏ । ବାୟୁ ପ୍ରଦୂଷଣ ମାନବର ସବୁ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ ଓ ଏହାର ପ୍ରଭାବ ବିଶେଷ କରି ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

Get real time updates directly on you device, subscribe now.