fbpx

ଭାରତର କେଉଁ ସହରର ବାୟୁ ସବୁଠାରୁ ଶୁଦ୍ଧ; ସରକାର ଘୋଷଣା କଲେ ନାମ

ନୂଆଦିଲ୍ଲୀ: ଗ୍ରୀଷ୍ମ ଏବଂ ବର୍ଷା ମୌସୁମୀ ଶେଷ ହେବା ପରେ ପ୍ରଦୂଷଣ ବଢିଯାଇଥାଏ। ବାୟୁ ପ୍ରଦୂଷଣ ଏକ ବିଶ୍ୱସ୍ତରୀୟ ସମସ୍ୟା, ଯାହା ଆମ ସ୍ୱାସ୍ଥ୍ୟ, ପରିବେଶ ଏବଂ ଅର୍ଥିକ ଅବସ୍ଥାକୁ ପ୍ରଭାବିତ କରିଥାଏ। ଏହି କାରଣରୁ ବାୟୁ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଦୀର୍ଘକାଳୀନ ସତର୍କମୂଳତା ଆବଶ୍ୟକ। ଏହାରି ମଧ୍ୟରେ କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ କହିଛି ଯେ, ଦେଶର ସବୁଠୁ ଶୁଦ୍ଧ ବାୟୁ କେଉଁ ସହରର।

ବାୟୁ ଗୁଣାବତ୍ତା ଉନ୍ନତି ଉପରେ ଆଧାର କରି ସୁରଟ ଭାରତୀୟ ସହର ମାନ୍ୟତାର ଶୀର୍ଷରେ ରହିଛି। ସୁରଟର ବାୟୁ ଗୁଣାବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପ୍ରାୟ ୫୦ ରହିଥାଏ।

ଦେଶର ସବୁଠାରୁ ଶୁଦ୍ଧ ବାୟୁ ସହର ମଧ୍ୟରୁ ଦ୍ୱିତୀୟ ସ୍ଥାନରେ ଜବଲପୁର ଏବଂ ଆଗ୍ରା ଅଟେ। ସୁରଟ, ଜବଲପୁର ଏବଂ ଆଗ୍ରା ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଶୀର୍ଷ ସ୍ଥାନରେ ରହିଛନ୍ତି।

ଫିରୋଜାବାଦ(ଉତ୍ତର ପ୍ରଦେଶ). ଅମରାବତୀ(ମହାରାଷ୍ଟ୍ର) ଏବଂ ଝାନ୍ସି(ଉତ୍ତରପ୍ରଦେଶ)କୁ ୩ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ବିଶିଷ୍ଟ ସହରରେ ସର୍ବଶ୍ରେଷ୍ଠ ସ୍ଥାନ ମିଳିଛି।

କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁସାରେ, ଶୁଦ୍ଧ ବାୟୁ ମାମଲାରେ ତିନି ଲକ୍ଷରର କମ ଜନସଂଖ୍ୟା ବିଶିଷ୍ଟ ସହରରେ ରାୟବରେଲୀ(ଉତ୍ତର ପ୍ରଦେଶ), ନଲଗୋଣ୍ଡା(ତେଲେଙ୍ଗାନା) ଏବଂ ନାଲାଗଢ (ହିମାଚଳ ପ୍ରଦେଶ) ଶୀର୍ଷ ସ୍ଥାନରେ ଅଛି।

Get real time updates directly on you device, subscribe now.