ଯାତ୍ରୀଙ୍କୁ ଝଟକା! ଜାନୁଆରୀରେ ଦ୍ୱିତୀୟଥର ପାଇଁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏଣିକି ବିମାନରେ ଯାତ୍ରା କରିବା ଆହୁରି ମହଙ୍ଗା ହେବ । ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦରରେ ବୃଦ୍ଧି ମଧ୍ୟରେ ଏହି ମାସରେ ଦ୍ୱିତୀୟ ଥର ପାଇଁ ଏଟିଏଫ୍ ମୂଲ୍ୟ ବୃଦ୍ଧି କରାଯାଇଛି । ଏହା ସହିତ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫ୍ ୪.୨ ପ୍ରତିଶତ ମହଙ୍ଗା ହୋଇଛି ।

ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୩,୨୩୨.୮୭ ଟଙ୍କା ବା ୪.୨୫ ପ୍ରତିଶତ ବୃଦ୍ଧି ସହିତ କିଲୋଲିଟର ପିଛା ୭୯,୨୯୪.୯୧ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଟିଏଫ୍ ଦାମରେ ବୃଦ୍ଧି ଘଟିଛି । ଜାନୁଆରୀ ୧ରେ ବିମାନ ଇନ୍ଧନ କିଲୋଲିଟର ପିଛା ୨.୭୫ ଅର୍ଥାତ୍ ୨,୦୩୯ ଟଙ୍କା ବୃଦ୍ଧି ପାଇ ୭୬,୦୬୪କୁ ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.